ପଲ୍‌ସ ଅକ୍ସିମିଟର ଦାମ୍ ୫୦୦୦ ଟଙ୍କାରୁ କମ୍

Advertisment

ଏଠାରେ ଏଭଳି କିଛି ପଲସ୍‌ ଅକ୍ସିମିଟର ବିଷୟରେ ସୂଚନା ଦିଆଯାଇଛି ଯାହାର ମୂଲ୍ୟର ୫୦୦୦ ଟଙ୍କାରୁ କମ୍।

ଏଠାରେ ଏଭଳି କିଛି ପଲସ୍‌ ଅକ୍ସିମିଟର ବିଷୟରେ ସୂଚନା ଦିଆଯାଇଛି ଯାହାର ମୂଲ୍ୟର ୫୦୦୦ ଟଙ୍କାରୁ କମ୍।

ପଲ୍‌ସ ଅକ୍ସିମିଟର ଦାମ୍ ୫୦୦୦ ଟଙ୍କାରୁ  କମ୍

ହେସ୍‌ଲେ ପଲ୍‌ସ୍‌ ଅକ୍ସିମିଟର: ଏହା ୫ ସେକେଣ୍ଡ୍‌ ମଧ୍ୟରେ ଶରୀରର ଅକ୍ସିଜେନ୍ ସ୍ତର ଏବଂ ପଲସ୍‌ ରେଟ୍‌ର ସୂଚନା ପ୍ରଦାନ କରିବ। ଏଥିରେ ଓଏଲ୍‌ଇଡି ଡିସ୍‌ପ୍ଲେ ରହିଥିବା ବେଳେ ଏହା ଦୁଇଟି ଏଏଏ ବ୍ୟାଟେରିରେ ଚାଲୁଛି। ଏହାର ଦାମ୍ ହେଉଛି ୪,୭୯୯ ଟଙ୍କା।
ଭାଣ୍ଡେଲେ ପଲ୍‌ସ୍‌ ଅକ୍ସିମିଟର: ଏଥିରେ ଏଲ୍‌ଇଡି ବ୍ୟାକ୍‌ଲିଟ୍ ଡିସ୍‌ପ୍ଲେ ରହିଛି। ଏଥିରେ ୮ ‌ସେକେଣ୍ଡ୍‌ ମଧ୍ୟରେ ଶରୀରର ଅକ୍ସିଜେନ୍ ସ୍ତର ଓ ହୃଦସ୍ପନ୍ଦନର ଗତି (ହାର୍ଟ ରେଟ୍‌) ମାପିହେବ। ଏହାର ଦାମ୍ ହେଉଛି ୨,୯୯୯ ଟଙ୍କା।

ଡକ୍ଟର ଟ୍ରଷ୍ଟ୍‌ ସିଗ୍‌ନେଚର୍‌ ସିରିଜ୍: କଂପାନିର ଫିଙ୍ଗର ଟିପ୍ ପଲସ୍‌ ଅକ୍ସିମିଟର ଦାମ୍ ହେଉଛି ୪୦୦୦ ଟଙ୍କା। ଏଥିରେ ଏଲ୍‌ଇଡି ଡିସ୍‌ପ୍ଲେ ରହିଛଇ ଯାହା ଅକ୍ସିଜେନ୍‌ ସ୍ତର ଏବଂ ପଲ୍‌ସ୍‌ ରେଟ୍‌ ମାପିହେବ। ଏହା ଜଳ ନିରୋଧୀ ମଧ୍ୟ। ହେଲ୍‌ଥସେନ୍ସ ଆକ୍ୟୁ-ବିଟ୍‌ ଏଫ୍‌ପି ୯୧୦: ଏହି ଫିଙ୍ଗରଟିପ୍ ପଲସ୍‌ ଅକ୍ସିମିଟର ଦାମ୍ ହେଉଛି ୨୯୯୯ ଟଙ୍କା। ଏଥିରେ ଓଏଲ୍ଇଡି ଡିସ୍‌ପ୍ଲେ ରହିଛି। ଏଥିରେ ଅଟୋ ସ୍ଲିପ୍ ମୋଡ୍‌ ରହିଛି। ବ୍ୟାଟେରି ସଂଚୟ କରିବା ଲାଗି ଏହା ସ୍ବୟଂକ୍ରିୟ ଭାବେ ସ୍ବିଚ୍‌ ଅଫ୍‌ ହୋଇଯିବ।

ଆକ୍ୟୁସିଓର ଏଫ୍‌ଏସ୍‌୨-୦ସି: ଏହାର ମୂଲ୍ୟ ହେଉଛି ୧୯୯୯ ଟଙ୍କା। ଏଥିରେ ୮ ସେକେଣ୍ଡ୍‌ ଭିତରେ ଶରୀରର ଅକ୍ସିଜେନ୍ ସ୍ତର, ହାର୍ଟ ରେଟ୍‌ ଓ ପଲ୍‌ସ୍‌ ରେଟ୍‌ ମାପିହେବ। ଏହା ଦୁଇଟି ଏଏଏ ବ୍ୟାଟେରିରେ ଚାଲିବ।

ଡକ୍ଟର ଭାକୁ: ଡକ୍ଟର ଭାକୁ ଫିଙ୍ଗରପିଟ୍‌ ପଲ୍‌ସ୍‌ ଅକ୍ସିମିଟରର ମୂଲ୍ୟ ହେଉଛି ୨୧୭୦ ଟଙ୍କା। ସେଥିରେ ଚାରି ଦିଗରୁ ଏଲ୍‌ଇଡି ଡିସ୍‌ପ୍ଲେ ରହିଛି। ଏହା ଦୁଇଟି ଏଏଏ ‌ବ୍ୟାଟେରିରେ ଚାଲୁଛି ଓ ୬ ସେକେଣ୍ଡ୍‌ ଭିତରେ ସୂଚନା ପ୍ରଦାନ କରୁଛି।

ମେଡିଟିଭ୍: ମେଡିଟିଭ୍ ଫିଙ୍ଗରଟିପ୍ ପଲସ୍‌ ଅକ୍ସିମିଟରର ଦାମ୍ ହେଉଛି ୩୧୯୦ ଟଙ୍କା। ଏଥିରେ ଏଲ୍‌ଇଡି ଡିସ୍‌‌ପ୍ଲେ ରହିଥିବା ବେଳେ ଏହା ଜଳ ନିରୋଧୀ ମଧ୍ୟ। ଏହାର ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ।

ମାଇକ୍ରୋଟେକ୍: ମାଇକ୍ରୋଟେକ୍ ପଲସ୍‌ ଅକ୍ସିମିଟର୍‌ର ଦାମ୍ ହେଉଛି ୨୪୯୯ ଟଙ୍କା। ଏଥିରେ ଏଲ୍‌ଇଡି ଡିସ୍‌ପ୍ଲେ ଥିବା ବେଳେ ଏହାର ବ୍ରାଇଟ୍‌ନେସ୍‌କୁ ପରିବର୍ତ୍ତନ କରାଯାଇପାରିବ। ଏହାର ଯେକୌଣସି ଦିଗରୁ ସୂଚନା ମିଳିପାରିବ।

ଚଏସ୍‌ମେଡ୍‌: ଚଏସ୍‌ମେଡ୍‌ ଫିଙ୍ଗରଟିପ୍ ପଲସ୍‌ ଅକ୍ସିମିଟରର ଦାମ୍ ହେଉଛି ୨୮୯୯ ଟଙ୍କା। ଏଥିରେ ଏଲ୍‌ସିଡି ଡିସ୍‌ପ୍ଲେ ରହିଛି। ଏହାକୁ ଉଭୟ ଶିଶୁ ଓ ପ୍ରାପ୍ତବୟସ୍କଙ୍କ ଠାରେ ବ୍ୟବହାର କରାଯାଇପାରିବ।

ଓଟିକା: ଏହି କଂପାନିର ଫିଙ୍ଗରଟିପ୍ ପଲ୍‌ସ୍‌ ଅକ୍ସିମିଟରରେ ପଲସ୍‌ ରେଟ୍‌ ଓ ଅକ୍ସିଜେନ୍ ସ୍ତର ମାପିହେବ। ଏହାର ମୂଲ୍ୟ ହେଉଛି ୨୪୯୯ ଟଙ୍କା। ଏଥିରେ ସ୍ବୟଂକ୍ରିୟ ପାୱାର ଅଫ୍‌ ମୋଡ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe