ବହୁଦିନର ଦାବି ପୂରଣ କଲେ ରେଳମନ୍ତ୍ରୀ: ପର୍ଯ୍ୟବେକ୍ଷକ ବର୍ଗଙ୍କ ପାହ୍ୟା ବୃଦ୍ଧି

Advertisment

ପୂର୍ବତଟ ରେଳବାଇରେ ଉପକୃତ ହେବେ ୩୫୨୧ କର୍ମଚାରୀ, ନବନିଯୁକ୍ତ ମହାପ୍ରବନ୍ଧକଙ୍କ ଘୋଷଣା

ପୂର୍ବତଟ ରେଳବାଇରେ ଉପକୃତ ହେବେ ୩୫୨୧ କର୍ମଚାରୀ, ନବନିଯୁକ୍ତ ମହାପ୍ରବନ୍ଧକଙ୍କ ଘୋଷଣା

ବହୁଦିନର ଦାବି ପୂରଣ କଲେ ରେଳମନ୍ତ୍ରୀ: ପର୍ଯ୍ୟବେକ୍ଷକ ବର୍ଗଙ୍କ ପାହ୍ୟା ବୃଦ୍ଧି

ଭୁବନେଶ୍ବର: ଭାରତୀୟ ରେଳବାଇରେ ସୁପରଭାଇଜର କ୍ୟାଡର (ପର୍ଯ୍ୟବେକ୍ଷକ ବର୍ଗ)ରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ସଂରଚନାର ପାହ୍ୟା ବୃଦ୍ଧି କରାଯାଇଛି। ପୂର୍ବତଟ ରେଳପଥର ନବନିଯୁକ୍ତ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ବର ରେଳ ସଦନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଉକ୍ତ ନିଷ୍ପତ୍ତି ‌ଫଳରେ ଦେଶରେ ରେଳବାଇରେ କାର୍ଯ୍ୟରତ ୮୦ ହଜାରରୁ ଅଧିକ ପର୍ଯ୍ୟବେକ୍ଷକ ଉପକୃତ ହେବେ। ପୂର୍ବ ତଟ ରେଳପଥର ୩୫୨୧ ଜଣ ପର୍ଯ୍ୟବେକ୍ଷକ ବର୍ଗର କର୍ମଚାରୀ ଉକ୍ତ ସୁବିଧା ପାଇବେ। ଏହି ନିଷ୍ପତ୍ତି ନେଇ କମର୍ଚାରୀଙ୍କ ବହୁଦିନର ଦାବିକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂରଣ କରିଛନ୍ତି।

ରେଳବାଇରେ ପର୍ଯ୍ୟବେକ୍ଷକ ବର୍ଗରେ ମୁଖ୍ୟତଃ ଗ୍ରୁପ୍‌ ସି ସ୍ତର-୬(ପିବି-୨/ଜିପି-୪୨୦୦) ବର୍ଗରେ ନିଯୁକ୍ତ ହେବା ପରେ ଆଗକୁ ପଦୋନ୍ନତିର ଉପଲବ୍ଧତା କମ୍ ଥିବାରୁ ଏହି ବର୍ଗର କର୍ମଚାରୀମାନେ ଆଗକୁ ବଢ଼ିପାରନ୍ତି ନାହିଁ। ତେଣୁ ଏହି ବର୍ଗରେ ଗୁଣାତ୍ମକ ମାନବ ସମ୍ବଳକୁ ଆକର୍ଷିତ କରିବା ଦୃଷ୍ଟିକୋଣରୁ ଭାରତୀୟ ରେଳ ଉକ୍ତ ନିଷ୍ପତ୍ତି ନେଇଛି। ଭାରତୀୟ ରେଳବାଇ ପର୍ଯ୍ୟବେକ୍ଷକ ବର୍ଗର ୩୫ ହଜାର ପଦବି (୫୦%)ର ସ୍ତର -୭(ପିବି-୨/‌ଜିପି-୪୬୦୦)ରୁ ସ୍ତର -୮(ପିବି-୨/ଜିପି-୪୮୦୦)କୁ ପାହ୍ୟା ବୃଦ୍ଧି; ଏବଂ ସ୍ତର-୮ରେ ୪ ବର୍ଷ ସେବା ପରେ ଏହି ୩୫ ହଜାର ପଦବିର ସ୍ତର-୮ରୁ ସ୍ତର-୯(ପିବି-୨/ଜିପି-୫୪୦୦)କୁ ପାହ୍ୟା ବୃଦ୍ଧି ପାଇଁ ରେଳବାଇ ଘୋଷଣା କରିଛି। ଏହାଦ୍ବାରା ମାନବସମ୍ବଳର ସୁବିନିଯୋଗ ହୋଇପାରିବ ବୋଲି ମହାପ୍ରବନ୍ଧକ ଶ୍ରୀ ସୁନକର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବ ତଟ ରେଳପଥର ପ୍ରମୁଖ ରେଳ ଅଧିକାରୀଙ୍କ ମଧ୍ୟରେ ୱାଇ ଏନ୍‌ ବାବୁ, ପ୍ରମୁଖ ମୁଖ୍ୟ ପରିଚାଳନା ପ୍ରବନ୍ଧକ, ଜ୍ୟୋତି ପ୍ରକାଶ ମିଶ୍ର,ମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ, ଏଲ୍‌.ଭି. ଏସ୍‌.ଏସ୍‌. ପାତ୍ରୁଡ଼ୁ, ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ), ବିଶ୍ବଜିତ ଭୋଇ, ମହାପ୍ରବନ୍ଧକଙ୍କ ସଚିବ ଏବଂ ବିଶ୍ବଜିତ ସାହୁ, ମୁଖ୍ୟ ଜନସଂପର୍କ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe