କେୱାଇସି ଠକେଇକୁ ନେଇ ସତର୍କ କଲା ରିଜର୍ଭ ବ୍ୟାଙ୍କ

Advertisment
ଟଙ୍କାକୁ ରକ୍ଷା କରି‌ବ ରିଜର୍ଭ ବ୍ୟାଙ୍କ: ଭଣ୍ଡାରରୁ ବାହାର କରିବ ୧୦,୦୦୦ କୋଟି ଡଲାର

Moneycontrol

ମୁମ୍ବାଇ: କେୱାଇସି ଅପ୍‌ଡେଟ୍‌ ନାମରେ ହେଉଥିବା ଠକେଇକୁ ନେଇ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ ଚିନ୍ତିତ ହୋଇପଡ଼ିଛି। କେୱାଇସି ନାମରେ ତଥ୍ୟ ମାଗୁଥିବା କୌଣସି ଅଜଣା ବ୍ୟକ୍ତି କିମ୍ବା ଏଜେନ୍ସିକୁ ବିଶ୍ବାସ କର ନାହିଁ। ଯଦି ଯେଭଳି ଅନୁରୋଧ ବାରମ୍ବାର ଆସିବ ତେବେ ତୁରନ୍ତ ସେ ବିଷୟରେ ନିଜ ବ୍ୟାଙ୍କ କିମ୍ବା ଶାଖାକୁ ଅବଗତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ପରାମର୍ଶ ଦେଇଛି। କେୱାଇସି ଅପ‌୍‌ଡେଟ୍ ପାଇଁ ନିଜର ଆକାଉଣ୍ଟ୍‌ ଲଗ୍‌ ଇନ୍ ବିବରଣୀ, ବ୍ୟକ୍ତିଗତ ସୂଚନା, କେୱାଇସି କାଗଜପତ୍ରର ନକଲ, କାର୍ଡ ସୂଚନା, ପିନ୍, ପାସ୍‌ୱାର୍ଡ, ଓଟିପି ଆଦି କୌଣସି ଅଜଣା ବ୍ୟକ୍ତି କିମ୍ବା ଏ‌ଜେନ୍ସିକୁ ନ‌ଦେବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି।କୌଣସି ଅଜଣା ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍‌ରେ ମଧ୍ୟ କେୱାଇସି ତଥ୍ୟ ନଦେବା ଲାଗି ରିଜର୍ଭ ବ୍ୟାଙ୍କ କହିଛି। କେୱାଇସି ଅପ୍‌ଡେଟ୍‌ ନାମରେ ଲୋକମାନଙ୍କ ପାଖକୁ ବାରମ୍ବାର କଲ୍ ଆସୁଛି ଓ ଯେଉଁମାନେ ଆର୍ଥିକ ସାକ୍ଷର ନୁହନ୍ତି ସେମାନେ ଠକାମିର ଶିକାର ହେଉଛନ୍ତି। ଦେଶରେ ଏଭଳି ଠକେଇ ମାମଲା ବହୁତ ବଢ଼ିଯାଇଥିବାରୁ ରିଜର୍ଭ ବ୍ୟାଙ୍କ ଚିନ୍ତିତ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe