ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଲା ରୋବଟ୍‌

Advertisment
ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଲା ରୋବଟ୍‌

News Gossip 24

ତିରୁଅନନ୍ତପୁରମ: କେରଳର କୋଚିନରେ ଫେଡେରାଲ ବ୍ୟାଙ୍କର ଏକ ଶାଖାରେ ଋଣ ମଞ୍ଜୁରିପତ୍ର ଗ୍ରହଣ କରିଛି ଏକ ରୋବଟ୍‌। ଉକ୍ତ ଋଣପତ୍ର ରୋବଟ୍‌କୁ ହସ୍ତାନ୍ତର କରିବା ପାଇଁ ବ୍ୟାଙ୍କ ଶାଖାରେ ଫେ‌ଡେ‌ରାଲ ବ୍ୟାଙ୍କର ଉଚ୍ଚ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ରୋ‌ବଟ ଋଣପତ୍ର ନେବାପରେ ଅଧିକାରୀଙ୍କ ସାମ୍ନାରେ ନିଜ କଥା ରଖିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁମାତ୍ରାରେ ପ୍ରସାରିତ ହୋଇଛି।

ଉଲ୍ଲେଖଯୋଗ୍ୟ, କେରଳରେ ରୋବଟ୍ ପ୍ରସ୍ତୁତ କରୁଥିବା କମ୍ପାନି ଅସିମୋଭ ରୋବୋଟିକ୍ସ ପ୍ରାଇଭେଟ ଲିମିଟେଡର ‌ଋଣକୁ ଫେଡେରାଲ ବ୍ୟାଙ୍କ ମଞ୍ଜୁର କରିଥିଲା। ଏହି କମ୍ପାନି ସ୍ବାସ୍ଥ୍ୟସେବା ଶିଳ୍ପ ପାଇଁ ଅତ୍ୟାଧୁନିକ ରୋବଟ୍‌ ସାୟାବୋଟ୍ ପ୍ରସ୍ତୁତ କରୁଛି। ତେଣୁ ଋଣ ମଞ୍ଜୁରି ପତ୍ର ନେବା ପାଇଁ କମ୍ପାନି ଅଧିକାରୀମାନେ ନିଜ ସାଥିରେ ରୋବଟ ସାୟାବୋଟକୁ ଆଣିଥିଲେ। ଏଥିପାଇଁ ଶାଖାରେ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଶ୍ୟାମ ଶ୍ରୀନିବାସନ ଏବଂ ବରିଷ୍ଠ ଉପସଭାପତି କୁରିୟକୋସ କୋନିଲ ଏବଂ ଚିଫ୍‌ ମାର୍କେଟିଂ ଅଫିସର ଏମବିଏସ ମୁର୍ତ୍ତି ଉପସ୍ଥିତ ଥିଲେ। ଶାଖାରେ ରୋବଟକୁ ଦେଖି ଅଧିକାରୀ ଏବଂ ଗ୍ରାହକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ରୋବଟ୍ ଅଧିକାରୀଙ୍କ ଠାରୁ କେବଳ ଋଣ ମଞ୍ଜୁରି ପତ୍ର ଗ୍ରହଣ କରି ନଥିଲା ବରଂ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe