ଆଜିଠୁ ବଦଳିବ ନିୟମ, ଛୁଟିଦିନରେ ବି ବ୍ୟାଙ୍କରୁ ମିଳିବ ଦରମା

Advertisment
ଉଦ୍‌ଗମ ପୋର୍ଟାଲରେ ଯୋଡ଼ିହେଲେଣି ୩୦ ବ୍ୟାଙ୍କ: ଦାବିବିହୀନ ଜମା ସଂପର୍କରେ ମିଳିବ ସୂଚନା

The Economic Times

ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ଦେଶରେ ‌ବ୍ୟାଙ୍କ ଗୁଡ଼ିକର ନିୟମରେ କିଛିଟା ପରିବର୍ତ୍ତନ ହେବ। ଏହାଦ୍ବାରା ଗ୍ରାହକ ପ୍ରଭାବିତ ହେବେ। ବିଶେଷତଃ ବ୍ୟାଙ୍କର ନେଣଦେଣ ରବିବାର ଓ ଅନ୍ୟ ଛୁଟିଦିନ ମାନଙ୍କରେ ମଧ୍ୟ ଜାରି ରହିବ। ଏହାର କାରଣ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ମାସରୁ ନ୍ୟାସନାଲ ଅଟୋମେଟେଡ କ୍ଲିୟରିଂ ହାଉସ (ଏନଏସିଏଚ) ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ଏହି ବ୍ୟବସ୍ଥା ସପ୍ତାହର ସବୁଦିନ ଚାଲୁରଖିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଶନିବାର, ରବିବାର କିମ୍ବା ଅନ୍ୟ ଛୁଟିଦିନ ହୋଇଥିଲେ ମଧ୍ୟ ବ୍ୟାଙ୍କରୁ ଲୋକଙ୍କ ଖାତାକୁ ବେତନ ଓ ପେନସନ ଯାଇପାରିବ। ଅନ୍ୟପକ୍ଷରେ ଛୁଟିଦିନରେ ଗ୍ରାହକଙ୍କ ଖାତାରୁ ଇଏମଆଇ ମଧ୍ୟ କଟିବ। ଅର୍ଥାତ୍ ବେତନ, ପେନସନ୍ ଏବଂ ଇଏମଆଇ କଟିବା ଭଳି ଆର୍ଥିକ କାରବାର ପାଇଁ ଏବେ ଆଉ ବ୍ୟାଙ୍କ ଖୋଲା ରହିବା ଦିନକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଏଥସହିତ ଅଗଷ୍ଟ ପହିଲାରୁ ଏଟିଏମ୍ ଇଣ୍ଟରଚେଞ୍ଜ ଶୁଳ୍କ ୧୫ ଟଙ୍କାରୁ ୧୭ ଟଙ୍କାକୁ ବଢ଼ାଇ ଦିଆଯିବ। ସେହିଭଳି ଅଣ ଆର୍ଥିକ କାରବାର ଜନିତ ଶୁଳ୍କ ୫ ଟଙ୍କା ପରିବର୍ତ୍ତେ ୬ ଟଙ୍କା ହେବ। ବିଭିନ୍ନ ବ୍ୟାଙ୍କ ଭିନ୍ନ ଭିନ୍ନ ସ୍ଥାନରେ ‌ଏଟିଏମ୍ ଖୋଲିଛନ୍ତି। ଗୋଟିଏ ବ୍ୟାଙ୍କର ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମରୁ ମଧ୍ୟ ଟଙ୍କା ଉଠାଇବା ସୁବିଧା ରହିଛି। ଅନ୍ୟ ବ୍ୟାଙ୍କର ଏଟିଏମରୁ ଜଣେ ବ୍ୟକ୍ତି ଆର୍ଥିକ କାରବାର କରିଲେ କାର୍ଡ ପ୍ରଦାନ କରିଥିବା ବ୍ୟାଙ୍କ ସେହି ବ୍ୟାଙ୍କକୁ ଏଥିପାଇଁ ଏବେ ୧୭ ଟଙ୍କା ଦେବ। ସେହିଭଳି ଅଣ ଆର୍ଥିକ କାରବରେ ‌ବାବଦରେ ୬ ଟଙ୍କା ଦେବ। ଏଟିଏମ୍ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଚଳିତବର୍ଷ ଜୁନରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିଲା। ଅଗଷ୍ଟ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବ୍ୟାଙ୍କଗୁଡ଼ିକ ନିଜର ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ନିଃଶୁଳ୍କ କାରବାର ସୀମା ଧାର୍ଯ୍ୟ କରିଛନ୍ତି। ତାହାଠାରୁ ଅଧିକ ଥର କାରବାର କଲେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡ଼ୁଛି। ଏହାବ୍ୟତୀତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ଅଗଷ୍ଟ ପହିଲାରୁ ଏହାର ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସୁବିଧା ପାଇଁ ଶୁଳ୍କ ଆଦାୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe