ସତର୍କ କରାଇଲେ ସଚିବ: ମାଗଣା ସ୍କିମ୍‌ର ରାଜ୍ୟ ଶ୍ରୀଲଙ୍କା ଦଶା ଭୋଗିବେ, ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମତ ରଖିଲେ

Advertisment
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂସ୍କାର ଜରୁରୀ ହୋଇପଡ଼ିଛି : ମୋଦୀ

Rediffmail

ନୂଆଦିଲ୍ଲୀ: ଲୋକମାନଙ୍କୁ ମାଗଣା ସ୍କିମ୍ ଲୋଭ ଦେଖାଉଥିବା ରାଜ୍ୟଗୁଡ଼ିକର ଅବସ୍ଥା ଶ୍ରୀଲଙ୍କା ଭଳି ଖରାପ ହେବାର ଆଶଙ୍କା ରହିଛି। ଲୋକମାନଙ୍କୁ ମାଗଣାରେ ଜିନିଷ ଦେବା ଅର୍ଥନୈତିକ ଦୃଷ୍ଟିକୋଣରୁ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ନୁହେଁ। ଏହା ଆର୍ଥିକ ଦୁର୍ଦ୍ଦଶାର କାରଣ ହୋଇପାରେ। ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ କେନ୍ଦ୍ର ସରକାରଙ୍କ କିଛି ସଚିବ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି। ନିର୍ବାଚନ ସମୟରେ ଭୋଟ୍ ଜିଣିବା ଲାଗି ରାଜ୍ୟଗୁଡ଼ିକ ଘୋଷଣା କରୁଥିବା ଶସ୍ତା ଲୋକପ୍ରିୟ ଯୋଜନା ପରିପ୍ରେକ୍ଷୀରେ ସଚିବମାନେ ଏହା କହିଛନ୍ତି। ଗତ ଶନିବାର ଦିନ ଏହି ବୈଠକ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାମ୍ପ ଅଫିସ ୭, ଲୋକ କଲ୍ୟାଣ ମାର୍ଗରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କେନ୍ଦ୍ର ସରକାରଙ୍କ ସବୁ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସରକାର ନୀତିରେ ରହିଥିବା ତ୍ରୁଟି ବିଷୟରେ ଓ ନିଜର ଅନ୍ୟାନ୍ୟ ମତାମତ ଦେବା ଲାଗି ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ।

ନିଜ ମନ୍ତ୍ରଣାଳୟ ବାହାର କଥା ହୋଇଥିଲେ ମଧ୍ୟ ତାହା କହିବା ଲାଗି କୁଣ୍ଠା ପ୍ରକାଶ ନକରିବାକୁ ସେ କହିଥିଲେ। ଦୁଇ ଜଣ ସଚିବ କହିଥିଲେ ଯେ ନିକଟରେ ଏକ ରାଜ୍ୟ‌ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଲୋକପ୍ରିୟ ସ୍କିମ୍ ଘୋଷଣା କରାଯାଇଥିଲା। ସେହି ଦୁଇ ରାଜ୍ୟର ଆର୍ଥିକ ସ୍ଥିତି ଆଦୌଁ ଭଲ ନାହିଁ। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସେଭଳି ସ୍କିମ୍ ଘୋଷଣା କରାଯାଇଛି। ଏହି ସ୍କିମ୍‌ଗୁଡ଼ିକ ଅର୍ଥନୈତିକ ଦୃଷ୍ଟିକୋଣରୁ ନିରବଚ୍ଛିନ୍ନ ହୋଇପାରିବ ନାହିଁ। ତାହା ଏହି ରାଜ୍ୟଗୁଡ଼ିକ ଶ୍ରୀଲଙ୍କା ଭଳି ଦୁର୍ଦ୍ଦଶା ଆଡ଼କୁ ଟାଣିନେବ ବୋଲି ସଚିବ ଦ୍ବୟ କହିଥିଲେ। ୨୦୧୪ ପରଠାରୁ ସଚିବମାନଙ୍କ ସଚିବ ଏହା ପ୍ରଧାନମନ୍ତ୍ରୀଙ୍କ ନବମ ବୈଠକ। ଦୁଇ ଡଜନରୁ ଅଧିକ ସଚିବ ବୈଠକରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଓ କ୍ୟାବିନେଟ୍ ସଚିବ ରାଜୀବ ଗୌବା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପୁରୁଣା ମାନସିକତା ପରିହାର କରି ନୂଆ ମାନସିକତା ସହ କାମ କରିବାକୁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରମୁଖ ବିକାଶମୂଳକ କାର୍ଯ୍ୟ ପାଇଁ ‘ଦାରିଦ୍ର୍ୟ’କୁ ବାହାନା କରିବା ଭଳି ପୁରୁଣା କାହାଣୀ ନଶୁଣାଇବାକୁ ମଧ୍ୟ ସେ ସଚିବମାନଙ୍କୁ କହିଛନ୍ତି। ନିଜ ବିଭାଗର ସଚିବ ହୋଇ ନୁହେଁ ବରଂ ଭାରତ ସରକାରଙ୍କ ସଚିବ ହୋଇ ମିଳିତ ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବାକୁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ କହିଛନ୍ତି।

ଶ୍ରୀଲଙ୍କା ଏବେ ଇତିହାସର ସବୁଠୁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଇନ୍ଧନ, ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ‌ଉତ୍କଟ ବିଦ୍ୟୁତ ସଙ୍କଟ ଲୋକମାନଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦରଦାମ୍ ବୃଦ୍ଧି ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଏହି ସଙ୍କଟ ଭିତରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ଏନ୍ କାବ୍ରାଲ ଇସ୍ତଫାଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe