ସେନ୍‌ସେକ୍ସରେ ୯୩୬ ପଏଣ୍ଟ୍‌ ବୃଦ୍ଧି

Advertisment
ସେନ୍‌ସେକ୍ସ ୭୪,୦୦୦ ଟପିଲା

Image Courtesy of Zee News

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବାର ଆଶା ସଞ୍ଚାର ହୋଇଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ହ୍ରାସ ପାଇଛି। ଏହି ଖବର ଶୁଣି ନିବେଶକମାନେ ବହୁତ ଖୁସି ହୋଇଛନ୍ତି। ସେମାନେ ବିଭିନ୍ନ ସଂସ୍ଥାର ସେୟାର ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ସେନ୍‌ସେକ୍ସ ଆଜି ୯୩୬ ପଏଣ୍ଟ୍‌ ବୃଦ୍ଧି ପାଇ ୫୬,୪୮୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ‌ସେହିପରି, ନ୍ୟ‌ାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ୨୪୧ ପଏଣ୍ଟ୍‌ ବୃଦ୍ଧି ପାଇ ୧୬,୮୭୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନିବେଶକମାନେ ଆଜି ବ୍ୟାଙ୍କ, ଆଇଟି କଂପାନି, ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା, ଧାତବ ଓ ଫାର୍ମା କଂପାନିର ସେୟାରକୁ ଅଧିକ ମାତ୍ରାରେ କିଣିଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ ଇନ୍‌ଫୋସିସ୍, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏସବିଆଇ, ମାରୁତି, ଆକ୍ସିସ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଥିବା ବେଳେ ହିନ୍ଦୁସ୍ତାନ ୟୁନିଲିଭର, ସନ୍ ଫାର୍ମା, ଡକ୍ଟର ରେଡିସ୍‌ ଓ ଟାଟା ଷ୍ଟିଲ୍‌ ସେୟାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe