ସେନ୍‌ସେକ୍ସରେ ୧,୦୨୪ ପଏଣ୍ଟ୍‌ ହ୍ରାସ

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ବମ୍ବେ ଷ୍ଟକ ବଜାରର ‌ସୂଚକାଙ୍କ ସେନ୍‌ସେକ୍ସ ଆଜି ୧,୦୨୪ ପଏଣ୍ଟ୍ ହ୍ରାସ ପାଇ ୫୭,୬୨୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ପ୍ରତି ପାଞ୍ଚଟି ଷ୍ଟକ୍ ମଧ୍ୟରୁ ତିନିଟି ହ୍ରାସ ସହ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ମଧ୍ୟ ୩୦୨ ପଏଣ୍ଟ୍‌ ହ୍ରାସ ପାଇ ୧୭,୨୧୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ୩୦୦ରୁ ଅଧିକ କଂପାନିର ସେୟାର ମୂଲ୍ୟ ଆଜି ଲୋୟର ସର୍କିଟ୍ ସ୍ପର୍ଶ କରିଥିଲା। ଆଜି ସେନ୍‌ସେକ୍ସରେ ଘଟିଥିବା ବଡ଼ ଧରଣର ହ୍ରାସ ଯୋଗୁଁ ନିବେଶକମାନେ ୨.୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତ ତିନି ଦିନରେ ସେମାନଙ୍କ କ୍ଷତି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe