ସେନ୍‌ସେକ୍ସ ୧,୧୭୦ ପଏଣ୍ଟ୍‌ ଖସିଲା

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ବମ୍ବେ ଷ୍ଟକ ବଜାର କାରବାରରେ ଆଜି ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ଆଜି ଷ୍ଟକ ବଜାରର ସୂଚକାଙ୍କ ସେନ୍‌ସେକ୍ସ ୧,୧୭୦ ପଏଣ୍ଟ୍ ହ୍ରାସ ପାଇ ୫୮,୪୬୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ର‌ଭାବରେ ନିବେଶକମାନେ ଆଜି ଷ୍ଟକ ବଜାରରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କେନ୍ଦ୍ର ସରକାର ତିନି କୃଷି ବିଲ୍ ପ୍ରତ୍ୟାହାର କରି ପଛଘୁଞ୍ଚା ଦେବା ଏବଂ ରିଲାଏନ୍ସ ଓ ସାଉଦି ଆରାମ୍‌କୋ ମଧ୍ୟରେ ହୋଇଥିବା ଚୁକ୍ତିର ପୁନର୍ବିଚାର କରାଯିବ ବୋଲି ଘୋଷଣା କରାଯିବା ପରେ ନିବେଶକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ‌ଏହି ଦୁଇ ଖବର ଯୋଗୁଁ ଯେଉଁ କଂପାନିଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି, ସେହି ସଂସ୍ଥାର ସେୟାରଗୁଡ଼ିକୁ ନିବେଶକମାନେ ଆଜି ବିକ୍ରି କରିଥିଲେ। ପିଏସ୍‌ୟୁ ସଂସ୍ଥା ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ଧରଣର ହ୍ରାସ ଘଟିଛି।

ନିକଟରେ ଆଇପିଓ ଜାରି କରିଥିବା ପେଟିଏମ୍‌ ସେୟାର ମୂଲ୍ୟରେ ଆଜି ୧୩% ହ୍ରାସ ଘଟିଛି। ଚଳିତ ବର୍ଷ ଏପ୍ରିଲ୍ ପରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ସେନ୍‌ସେକ୍ସ ଏତେ ଅଧିକ ପଏଣ୍ଟ୍‌ ତଳକୁ ଖସିଛି। ଗତ ସପ୍ତାହର ଶେଷ ତିନି କାରବାର ଦିନରେ ସେନ୍‌ସେକ୍ସ ହ୍ରାସ ପାଇଥିଲା। ଆଜି ମଧ୍ୟ ସେହି ଧାରା ଜାରି ରହିଛି। ଷ୍ଟକ ବଜାର କାରବାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ ଆଜିର ହ୍ରାସ ପାଇଁ ବହୁ କାରଣ ଦାୟୀ ବୋଲି କହିଛନ୍ତି। ଜର୍ମାନି, ସ୍ଲୋଭାକିଆ, ଚେକ୍ ଗଣରାଜ୍ୟ ଓ ବେଲ୍‌ଜିୟମ୍ ଭଳି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍ ଫେରିବା, ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବଢ଼ାଇବା ଉପରେ ବିଚାର କରିବା ଓ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଭଳି କେତେକ ଖବରକୁ ସେମାନେ ଷ୍ଟକ ବଜାର କାରବାରରେ ହ୍ରାସର ପ୍ରମୁଖ କାରଣ ବୋଲି କହିଛନ୍ତି। ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୪୮ ପଏଣ୍ଟ୍ ହ୍ରାସ ପାଇ ୧୭,୪୧୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe