୩ ଦିନରେ ସେନ୍‌ସେକ୍ସ ୧୨୦୦ ପଏଣ୍ଟ୍‌ ଖସିଲା

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ନୂଆଦିଲ୍ଲୀ: ଗତ ତିନି ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ପ୍ରାୟ ୧୨୦୦ ପଏଣ୍ଟ୍‌ ହ୍ରାସ ପାଇଛି। ନିବେଶକମାନେ ଆଇଟି କଂପାନିଗୁଡ଼ିକର ସେୟାର ବିକ୍ରି କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଜି ସେନ୍‌ସେକ୍ସ ୩୩୬ ପଏଣ୍ଟ୍‌ ହ୍ରାସ ପାଇ ୬୨,୯୨୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଗତ ତିନି ଦିନରେ ସେନ୍‌ସେକ୍ସରେ ହୋଇଥିବା ହ୍ରାସ ଯୋଗୁଁ ନିବେଶକମାନେ ୮ ଲକ୍ଷ ୩୦ ହଜାର କୋଟି ଟଙ୍କାର କ୍ଷତି ସହିଲେଣି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ଆଜି ୮୮ ପଏଣ୍ଟ୍‌ ହ୍ରାସ ପାଇ ୧୮,୧୭୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଶ୍ବର ଅନ୍ୟ ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ କାରବାର ମାନ୍ଦା ରହୁଥିବାରୁ ତାହାର ପ୍ରଭାବ ବମ୍ବେ ଷ୍ଟକ ବଜାର ଉପରେ ପଡ଼ିଛି। ଏସିଆ ଓ ୟୁରୋପର ବିଭିନ୍ନ ଦେଶର ଷ୍ଟକ ବଜାର ସୂଚୀ ହ୍ରାସ ସହ ବନ୍ଦ ହୋଇଛି। ଭାରତୀୟ ଷ୍ଟକ ବଜାରରେ ଆଇଟି କଂପାନି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ହାଭେଲ୍‌ସ ଇଣ୍ଡିଆ ଓ ଏସିଆନ୍ ପେଣ୍ଟ୍‌ସର ସେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ କୋଟାକ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି‌, ଆଇସିଆଇସିଆଇ ବ୍ୟାଙ୍କ ଓ ଏନ୍‌ଟିପିସିର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe