Image Courtesy of Zee News
ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ସେନ୍ସେକ୍ସରେ ଆଜି ୫୭୫ ପଏଣ୍ଟ୍ ହ୍ରାସ ଘଟିଛି। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରିବାର ଥିବାରୁ ନିବେଶକମାନେ ସତର୍କତାର ସହ ଆଜି ଷ୍ଟକ ବଜାରରେ କାରବାର କରିଛନ୍ତି। ସେଥିପାଇଁ ସେନ୍ସେକ୍ସ ଆଜି ହ୍ରାସ ପାଇ ୫୯,୦୩୫ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ମଧ୍ୟ ୧୬୮ ପଏଣ୍ଟ୍ ହ୍ରାସ ପାଇ ୧୭,୬୪୦ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ରେ କଞ୍ଜ୍ୟୁମର ଡ୍ୟୁରେବଲ୍ ଓ ଆଇଟି କଂପାନିଗୁଡ଼ିକର ସେୟାର ମୂଲ୍ୟ ଆଜି ହ୍ରାସ ପାଇଛି। ଆଦାନି ପୋର୍ଟର ସେୟାର ଦାମ୍ ଆଜି ୩.୪୬ ପ୍ରତିଶତ ହ୍ରାସ ପାଇ ୮୨୦.୪୫ ଟଙ୍କାକୁ ଖସିଆସିଛି। ସେହିପରି, ଟାଇଟାନ୍, ଏଚ୍ଡିଏଫ୍ସି, ଓଏନ୍ଜିସି ଓ ଟିସିଏସ୍ର ସେୟାର ଦାମ୍ ମଧ୍ୟ ହ୍ରାସ ପାଇଛି।
Follow Us