ସେନ୍‌ସେକ୍ସ ୫୮୭ ପଏଣ୍ଟ୍‌ ଖସିଲା, ନିବେଶକ ହରାଇଲେ ୧.୧୬ ଲକ୍ଷ କୋଟି

ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ବମ୍ବେ ଷ୍ଟକ ବଜାରରେ ଆଜି ସେୟାର କାରବାର ଅସ୍ଥିର ରହିଥିଲା। ବିଶ୍ବର ଅନ୍ୟ ସେୟାର ବଜାରଗୁଡ଼ିକରେ ନିବେଶକମାନେ ସେୟାର ବିକ୍ରି କରିଥିବାରୁ ଭାରତରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଥିଲ। ନିବେଶକମାନେ ସେୟାର ବିକ୍ରି କରିବାରୁ ଆଜି ୫୮୭ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ସହ ସେନ୍‌ସେକ୍ସ ୫୨,୫୫୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ୧.୧୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଫଳରେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ୍ ବଜାର ପୁଞ୍ଜି (ମାର୍କେଟ୍କ୍ୟା ପିଟାଲାଇଜେସନ୍‌) ୨୩୪.୪୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ଆଜି ୧୭୧ ପଏଣ୍ଟ୍‌ ହ୍ରାସ ପାଇ ୧୫,୭୫୨ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ଆଜି ନିବେଶକମାନେ ସେୟାର ବଜାରରେ ବ୍ୟାଙ୍କ ଓ ଧାତବ କଂପାନିଗୁଡ଼ିକର ‌ସେୟାର ଅଧିକ ବିକ୍ରି କରିଛନ୍ତି। ଏସିଆରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଭିବୃଦ୍ଧି ସ୍ଥିର ରହିବ ବୋଲି ଆକଳନ କରାଯିବା ପରେ ନିବେଶକମାନେ ଚିନ୍ତିତ ହୋଇ ସେୟାର ବିକ୍ରି କରିଛନ୍ତି। ତେବେ କିଛି ନିବେଶକ ଆଜି ରିଅଲ ଇଷ୍ଟେଟ୍ ଓ ଔଷଧ କଂପାନିଗୁଡ଼ିକର ସେୟାର କିଣିଥିବା ଦେଖିବାକୁ ମିଳିଛି।

ଆଜି ଷ୍ଟକ ବଜାରରେ ଏନ୍‌ଟିପିସି, ବିପିସିଏଲ୍‌, ଡିଭିସ୍‌ ଲ୍ୟାବ୍, ନେସ୍‌ଲେ ଇଣ୍ଡିଆ, ଟାଟା କଞ୍ଜ୍ୟୁମର, ଡକ୍ଟର ରେଡ୍ଡିସ୍‌, ବ୍ରିଟାନିଆ, ଆଇଟିସି ଓ ସନ୍‌ ଫାର୍ମାରେ ସେୟାର ମୂଲ୍ୟ ବଢ଼ିଛି। ଏହି ସମୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି,‌ ହିଣ୍ଡାଲ୍‌କୋ, ଆଦାନି ପୋର୍ଟସ୍‌, ଓଏନ୍‌ଜିସି ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ହ୍ରାସ ପାଇଛି। ବିଶ୍ବ ବଜାରରେ ଲଣ୍ଡନ, ପ୍ୟାରିସ୍‌ ଓ ଫ୍ରାଙ୍କଫର୍ଟର ସେୟାର ବଜାର ହ୍ରାସ ସହ ବନ୍ଦ ହୋଇଛି। ଏସିଆର ପ୍ରାୟ ସବୁ ଷ୍ଟକ ବଜାର ସୂଚୀ ଆଜି ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe