Image Courtesy of Zee News
ନୂଆଦିଲ୍ଲୀ: ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବଢ଼ାଉଥିବା ବେଳେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ରହିଥିବାରୁ ଷ୍ଟକ ବଜାରରେ ନିବେଶକମାନେ ଆଜି ସେୟାର ବିକ୍ରି କରିବାରୁ ସେନ୍ସେକ୍ସ ୭୧୦ ପଏଣ୍ଟ୍ ହ୍ରାସ ପାଇ ୫୧,୮୨୩ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୨୨୬ ପଏଣ୍ଟ୍ ହ୍ରାସ ପାଇ ୧୫,୪୧୩ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ରେ ଆଜି ୟୁପିଏଲ୍, ହିଣ୍ଡାଲ୍କୋ, ଟାଟା ଷ୍ଟିଲ୍, ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ଓଏନ୍ଜିସିର ସେୟାର ମୂଲ୍ୟ ହ୍ରାସ ପାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ରେ ଟାଟା ଷ୍ଟିଲ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ୱିପ୍ରୋ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଏଚ୍ସିଏଲ୍ ଟେକ୍, ବଜାଜ ଫିନ୍ସର୍ଭ, ଟାଇଟାନ୍, ବଜାଜ ଫାଇନାନ୍ସ, ଟେକ୍ ମହିନ୍ଦ୍ରା, ଆଇଟିସି, ଭାରତୀ ଏୟାରଟେଲ୍ ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ଏଲ୍ଆଇସି ସେୟାର କିନ୍ତୁ ୬୬୮ ଟଙ୍କା ୫୫ ପଇସାକୁ ବୃଦ୍ଧି ହୋଇଛି। ବିଶ୍ବ ସ୍ତରରେ ୟୁରୋପର ପ୍ରମୁଖ ଷ୍ଟକ ବଜାର, ଆମେରିକାର ୱାଲ ଷ୍ଟ୍ରିଟ୍, ଡାଓ ଜୋନ୍ସ ଫ୍ୟୁଚର୍ସ, ଏସ୍ଆଣ୍ଡ୍ପି୫୦୦ ଓ ନାସ୍ଦାକ୍ ହ୍ରାସ ସହ ବନ୍ଦ ହୋଇଛି। ଏସିଆରେ ନିକେଇ, କୋପ୍ସି ଓ ସିଏସ୍ଆଇ ୩୦୦ ସୂଚୀ ହ୍ରାସ ପାଇଛି।
Follow Us