ସେନ୍‌ସେକ୍ସରେ ୧,୦୪୧ ପଏଣ୍ଟ୍‌ ବୃଦ୍ଧି

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ନୂଆଦିଲ୍ଲୀ: ନିବେଶକମାନେ ପ୍ରଯୁକ୍ତି ଓ କଞ୍ଜ୍ୟୁମର ଡ୍ୟୁରେବଲ୍ କଂପାନିଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ୧,୦୪୧ ପଏଣ୍ଟ୍ ବୃଦ୍ଧି ପାଇ ୫୫,୯୨୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୩୦୯ ପଏଣ୍ଟ୍‌ ବୃଦ୍ଧି ପାଇ ୧୬,୬୬୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଲଗାତାର ତିନି ଦିନ ଧରି ସେନ୍‌ସେକ୍ସରେ ବୃଦ୍ଧି ଜାରି ରହିଛି। ଏହି ତିନି ଦିନରେ ସେନ୍‌ସେକ୍ସ ୨,୧୭୬ ପଏଣ୍ଟ୍ ବୃଦ୍ଧି ହୋଇଥିବାରୁ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ବଜାର ପୁଞ୍ଜି ୧୦.୧୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୫୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଆଜି ଷ୍ଟକ ବଜାରରେ ରିଅଲ ଇଷ୍ଟେଟ୍‌ ଓ ଆଇଟି କଂପାନିଗୁଡ଼ିକର ସେୟାର ଚାହିଦାରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe