Image Courtesy of India Today
ମୁମ୍ବାଇ: ଲଗାତାର ତୃତୀୟ ଦିନ ଲାଗି ବମ୍ବେ ଷ୍ଟକ ବଜାର ସୂଚକାଙ୍କ ସେନ୍ସେକ୍ସରେ ବୃଦ୍ଧି ଘଟିଛି। ସେନ୍ସେକ୍ସ ୮୧୭ ପଏଣ୍ଟ୍ ବୃଦ୍ଧି ପାଇ ୫୫,୪୬୪ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ତିନି ଦିନରେ ସେନ୍ସେକ୍ସରେ ୨,୬୨୧ ପଏଣ୍ଟ୍ ବୃଦ୍ଧି ଘଟିଛି। ଫଳରେ ନିବେଶକମାନଙ୍କ ସମ୍ପତ୍ତିରେ ୧୦.୮୩ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି ଆଗକୁ ବଢ଼ିବା ପରେ ଚାରିଟି ରାଜ୍ୟରେ ବିଜେପିର ବିଜୟ ଏକପ୍ରକାର ସ୍ପଷ୍ଟ ହୋଇଯିବାରୁ ନିବେଶକମାନେ ମନ ଖୋଲି ସେୟାର କିଣିଥିଲେ। ସେମାନେ ଏଫ୍ଏମ୍ସିଜି, ରିଅଲ ଇଷ୍ଟେଟ୍, ଧାତବ ଓ ବ୍ୟାଙ୍କର ସେୟାରକୁ ଅଧିକ ପରିମାଣରେ କିଣିଛନ୍ତି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ୨୪୯ ପଏଣ୍ଟ୍ ବୃଦ୍ଧି ସହ ୧୬,୯୫୪ ପଏଣ୍ଟ୍ରେ ବନ୍ଦ ହୋଇଛି।
Follow Us