ସେନ୍‌ସେକ୍ସରେ ୮୭୦ ପଏଣ୍ଟ୍ ହ୍ରାସ, ନିବେଶକଙ୍କ ଦୁଇ ଲକ୍ଷ କୋଟି ବୁଡ଼ିଲା

ଷ୍ଟକବଜାରରେ ଉତ୍ସାହ ! ସେନସେକ୍ସ ପ୍ରଥମ ଥର ପାଇଁ ୭୬୦୦୦ ଟପିଲା

ମୁମ୍ବାଇ: କରୋନା ସଂକ୍ରମଣର ମୁକାବିଲା ଲାଗି ମହାରାଷ୍ଟ୍ର ଭଳି ରାଜ୍ୟ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଷ୍ଟକ ବଜାର ନିବେଶକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଭୟରେ ଅଧିକାଂଶ ନିବେଶକ ନିଜ ପାଖରେ ଥିବା ସେୟାର ବିକ୍ରି କରିବାରୁୁ ଆଜି ସେନ୍‌ସେକ୍ସ ୮୭୦ ପଏଣ୍ଟ୍ ହ୍ରାସ ପାଇ ୪୯,୧୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଫଳରେ ନିବେଶକମାନେ ଆଜି ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ଆଜି ୨୨୯ ପଏଣ୍ଟ୍‌ ହ୍ରାସ ପାଇ ୧୪,୬୩୮ ପଏଣ୍ଟ୍‌ରେ ବନ୍ଦ ହୋଇଛି।

କିଛି ଦିନ ହେଲାଣି ଷ୍ଟକ ବଜାରରେ କାରବାର ଅସ୍ଥିର ରହିଛି। ଏହାର ଏକ ପ୍ରମୁଖ କାରଣ ହେଉଛି କରୋନା ସଂକ୍ରମଣରେ ବୃଦ୍ଧି। ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ନେଇ କ’ଣ ପଦ‌କ୍ଷେପ ନେବ ତାହା ଉପରେ ବଜାରର ସ୍ଥିରତା ନିର୍ଭର କରୁଛି। ନିବେଶକମାନେ ଆଜି ଷ୍ଟକ ବଜାରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଟେଲିକମ୍, ଧାତବ କଂପାନିଗୁଡ଼ିକର ସେୟାର ଅଧିକ ବିକ୍ରି କରିଛନ୍ତି। କଂପାନି ମଧ୍ୟରେ ବଜାଜ ଫାଇନାନ୍ସ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଏସ୍‌ବିଆଇ, ଆଇସର ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଚ୍‌ସିଏଲ୍‌, ଟିସିଏସ୍‌, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍, ୱିପ୍ରୋ ଓ ଇନ୍‌ଫୋସିସ୍ ଲାଭବାନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe