ସେନ୍‌ସେକ୍ସରେ ୧,୧୫୮ ପଏଣ୍ଟ୍ ହ୍ରାସ

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଆଜି ୧୧୫୮ ପଏଣ୍ଟ୍ ଭଳି ବଡ଼ ଧରଣର ହ୍ରାସ ସହ ୫୨,୯୩୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୩୫୯ ପଏଣ୍ଟ୍‌ ହ୍ରାସ ସହ ୧୫,୮୦୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଶ୍ବର ବିଭିନ୍ନ ଦେଶରେ ଷ୍ଟକ କାରବାର ମାନ୍ଦା ରହିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳିଥିଲା। କ୍ରମାଗତ ପାଞ୍ଚ ଦିନ ଧରି ସେନ୍‌ସେକ୍ସ ହ୍ରାସ ପାଉଛି। ଏହି ପା‌ଞ୍ଚ ଦିନରେ ନିବେଶକମାନେ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଆଜି ଗୋଟିଏ ଦିନରେ ନିବେଶକମାନେ ୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ଆଜି ବମ୍ବେ ଷ୍ଟକ ବଜାରରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଟାଟା ଷ୍ଟିଲ୍‌, ବଜାଜ ଫାଇନାନ୍ସ, ବଜାଜ ଫିନ୍‌ସର୍ଭ ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ପିଏସ୍‌ୟୁ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଧାତବ କଂପାନି ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe