‌ସେନ୍‌ସେକ୍ସରେ ୧,୩୦୭ ପଏଣ୍ଟ୍‌ ହ୍ରାସ

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ହଠାତ ସୁଧ ହାର ବଢ଼ାଇବା ପରେ ଷ୍ଟକ ବଜାରରେ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେଇଥିଲେ। ତାହାର ପ୍ରଭାବରେ ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍‌ସେକ୍ସ ଆଜି ୧୩୦୭ ପଏଣ୍ଟ୍‌ ହ୍ରାସ ପାଇ ୫୫,୬୬୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୯୨ ପଏଣ୍ଟ୍‌ ହ୍ରାସ ପାଇ ୧୬,୬୭୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବା ପଛର ପ୍ରମୁଖ କାରଣ ହେଉଛି ଆଗାମୀ ଦିନରେ ସ୍ଥିତି ଆହୁରି ଜଟିଳ ହେବ। ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବା ଭଳି କଠୋର ନିଷ୍ପତ୍ତି ନେଇଥିବା ବେଳେ ଆଗାମୀ ଦିନରେ ଆମେରିକାର ଫେଡେରାଲ୍ ରିଜର୍ଭ ମଧ୍ୟ ସୁଧରେ ୦.୫୦ ପ୍ରତିଶତ ବୃଦ୍ଧି ଆଣିବା ଉପରେ ବିଚାର କରୁଛି। ତାହାକୁ ନେଇ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଜି ସେନ୍‌ସେକ୍ସରେ ଘଟିଥିବା ବଡ଼ଧରଣର ହ୍ରାସ ପ୍ରଭାବରେ ନିବେଶକମାନେ ଷ୍ଟକ ବଜାରରେ ୬.୨୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe