ଇତିହାସ ରଚିଲା ସେନ୍‌ସେକ୍ସ, ପ୍ରଥମ ଥର ୪୬୦୦୦ ଉପରେ

Advertisment

ଲକ୍‌ଡାଉନ୍ ପରେ ବଢ଼ିଛି ୨୦,୧୨୨ ପଏଣ୍ଟ୍‌, ନିବେଶକଙ୍କୁ ୮୧ ଲକ୍ଷ କୋଟି ଲାଭ

ଲକ୍‌ଡାଉନ୍ ପରେ ବଢ଼ିଛି ୨୦,୧୨୨ ପଏଣ୍ଟ୍‌, ନିବେଶକଙ୍କୁ ୮୧ ଲକ୍ଷ କୋଟି ଲାଭ

ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ନିବେଶକମାନେ ବିପୁଳ ପରମାଣର କାରବାର କରିବା ଯୋଗୁଁ ସେନ୍‌ସେକ୍ସ ଏହାର ଇତିହାସରେ ପ୍ରଥମ ଥର ଲାଗି ୪୬ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି। ଆଜି ସେନ୍‌ସେକ୍ସ ୪୯୫ ପଏଣ୍ଟ୍‌ ବୃଦ୍ଧି ସହ ୪୬,୧୦୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ଆଜି ୧୩୬ ପଏଣ୍ଟ୍‌ ବୃଦ୍ଧି ପାଇ ୧୩, ୫୨୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। କରୋନା ଟିକା ଆସିବା ସ୍ଥିତି ଅଧିକ ସ୍ପଷ୍ଟ ହେବା ଓ ବଜାରକୁ ବିଦେଶୀ ପୁଞ୍ଜି ଆସୁଥିବାରୁ ମଧ୍ୟ ନିବେଶକମାନେ ଉତ୍ସାହିତ ଅଛନ୍ତି। ଏହି ଦୁଇଟି ପ୍ରମୁଖ କାରଣ ଯୋଗୁଁ ସେନ୍‌ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଗତ ନଭେମ୍ବର ୧୦ରୁ ଡିସେମ୍ବର ୯ ମଧ୍ୟରେ ସେନ୍‌ସେକ୍ସରେ ୩୦୦୦ ପଏଣ୍ଟ୍‌ ବୃଦ୍ଧି ହୋଇଛି।

ଡିସେମ୍ବର ୪ରୁ ୯ ଭିତରେ ଏଥିରେ ୧୦୦୦ ପଏଣ୍ଟ୍‌ର ବୃଦ୍ଧି ଘଟିଛି। ଚଳିତ ବର୍ଷ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଷ୍ଟକ ବଜାର ନିବେଶକମାନଙ୍କ ସମ୍ପତ୍ତିରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ମାର୍ଚ୍ଚ ୨୩ ପରେ ନିବେଶକମାନେ ୮୧ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ମାର୍ଚ୍ଚ ୨୩ରେ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍‌) ୧୦୧.୮୬ ଲକ୍ଷ କୋଟି ଟଙ୍କା ଥିଲା। ‌ସେହିଦିନ ସେନ୍‌ସେକ୍ସରେ ୩୯୩୪ ପଏଣ୍ଟ୍‌ ଓ ନିଫ୍‌ଟିରେ ୧୧୩୫ ପଏଣ୍ଟ୍‌ ହ୍ରାସ ଘଟିଥିଲା। ସେନ୍‌‌ସେକ୍ସ ୨୫,୯୮୧ ପଏଣ୍ଟ୍‌ ଓ ନିଫ୍‌ଟି ୭୬୧୦ ପଏଣ୍ଟ୍‌ ସ୍ତକୁ ଖସିଯାଇଥିଲା। ମାର୍ଚ୍ଚ ୨୩ରୁ ଡିସେମ୍ବର ୯ ମଧ୍ୟରେ ସେନ୍‌ସେକ୍ସରେ ୨୦, ୧୨୨ ପଏଣ୍ଟ୍‌ ଓ ନିଫ୍‌ଟି ୫୯୧୯ ପଏଣ୍ଟ୍‌ ବୃଦ୍ଧି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe