କରୋନା ସଂକ୍ରମଣ ରୋକିବ ରେଳବାଇର ସ୍ବତନ୍ତ୍ର କୋଚ୍‌, ପ୍ଲାଜ୍‌ମା ବାୟୁ ବିଶୋଧକ ବ୍ୟବସ୍ଥା ରହିବ

Advertisment

ଗୋଡ଼ରେ ପରିଚାଳିତ ହେବ ପାଣି ଟ୍ୟାପ୍, ତମ୍ବାର ପ୍ରଲେପ ଦିଆଯିବ

ଗୋଡ଼ରେ ପରିଚାଳିତ ହେବ ପାଣି ଟ୍ୟାପ୍, ତମ୍ବାର ପ୍ରଲେପ ଦିଆଯିବ

କରୋନା ସଂକ୍ରମଣ ରୋକିବ ରେଳବାଇର ସ୍ବତନ୍ତ୍ର କୋଚ୍‌, ପ୍ଲାଜ୍‌ମା ବାୟୁ ବିଶୋଧକ ବ୍ୟବସ୍ଥା ରହିବ

Gulf News

ନୂଆଦିଲ୍ଲୀ: କରୋନା ଭୂତାଣୁରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ରେଳବାଇ ପକ୍ଷରୁ ସ୍ବତନ୍ତ୍ର ‘ ପୋଷ୍ଟ୍‌ କୋଭିଡ୍‌ କୋଚ୍‌’ ବିକଶିତ କରାଯାଇଛି। ଏଥିରେ ସଂକ୍ରମଣ ରୋକିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳ ଡବାରେ ଅନେକ ପ୍ରକାର ହ୍ୟାଣ୍ଡ୍‌ସ୍‌ ଫ୍ରି ସୁବିଧା ରହିଛି। ହାତରେ କୌଣସି ଜିନିଷକୁ ସ୍ପର୍ଶ ନକରି ଅନେକ କାର୍ଯ୍ୟ ହୋଇପାରିବ। ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ୍ ଖୋଲିବ ଓ ସାବୁନ ବ୍ୟବହାର କରିବାର ସୁବିଧା ମିଳିବ। ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ। ସେହିଭଳି ପାଇଖାନାର ଫ୍ଲସ୍‌ ଭାଲ୍‌ଭ ଗୋଡଦ୍ୱାରା ଚାଳିତ ହେବ। ପ୍ରତି କମ୍ପାର୍ଟମେଣ୍ଟ୍‌ର ଦ୍ୱାରକୁ ଆଉ ହାତରେ ନ ଖୋଲି କହୁଣି ସାହାଯ୍ୟରେ ଖୋଲାଯାଇପାରିବ।

କୋଚ୍‌ରେ ଥିବା ହ୍ୟାଣ୍ଡରେଲ୍ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି। ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଇଥାନ୍ତି। ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜାମା ବିଶୋଧକ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ। କୋଚ୍‌ରେ ଟାଇଟାନଅୟମ ଡାଇଅକ୍ସାଇଡ ପ୍ରଲେପର ବ୍ୟବହାର କରାଯାଇଛି ଯାହା ବିଶୋଧକଭାବେ କାର୍ଯ୍ୟକରେ। ଏହାକୁ କୋଚ୍‌ର ଅନେକ ସ୍ଥାନରେ ବ୍ୟବହାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe