ନିବେଶକଙ୍କୁ ସତର୍କ କଲା ଷ୍ଟକ୍‌ ଏକ୍ସଚେଞ୍ଜ୍: ବିଏସ୍‌ଇ ସିଇଓଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ

ସେନ୍‌ସେକ୍ସରେ ୯୨୯ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ଡିପ୍‌‌‌ଫେକ୍‌ ଭିଡିଓ କେବଳ ନେତା, ଅଭିନେତା କିମ୍ବା ବଡ଼ ଉଦ୍ୟୋଗୀଙ୍କ ମଧ୍ୟରେ ଆଉ ସୀମିତ ନାହିଁ। ବ‌ମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ (ବିଏସ୍‌ଇ)ର ଏମ୍‌ଡି ତଥା ସିଇଓ ସୁନ୍ଦରରମଣ ରାମମୂର୍ତ୍ତି ମଧ୍ୟ ଏହାର ଶିକାର ହୋଇଛନ୍ତି। ତାଙ୍କ ନାମରେ ନକଲି ଭିଡିଓ ଓ ଅଡିଓ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଛି। ବିଏସ୍‌ଇ ଏମ୍‌ଡି ତଥା ସିଇଓ ଭାବେ ଛଳନା କରୁଥିବା ବ୍ୟକ୍ତିମାନେ ଏହି ଭିଡିଓ ଓ ଅଡିଓ ଜରିଆରେ ନିବେଶକମାନଙ୍କୁ କେତେକ ଷ୍ଟକ୍‌ ସଂପର୍କରେ ଭୁଲ୍‌ ପରାମର୍ଶ ଦେଉଛନ୍ତି। ସପ୍ତାହେ ପୂର୍ବରୁ ନ୍ୟାସନାଲ୍‌ ଷ୍ଟକ ୍‌ଏକ୍ସଚେଞ୍ଜ୍‌ ପକ୍ଷରୁ ଏ ନେଇ ଲୋକଙ୍କୁ ସତର୍କ କରାଯାଇଥିଲା। ଏହାର ମୁଖ୍ୟଙ୍କ ନାମରେ କିଛି ନକଲି ଭିଡିଓ ପ୍ରସାରିତ ହୋଇଥିବା ନେଇ କୁହାଯାଇଥିଲା।

ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ଏହି କାରନାମା କରାଯାଇଛି। ଏଭଳି ନକଲି ବାର୍ତ୍ତାର ଶିକାର ନିଜେ ନହେବା କିମ୍ବା ତାହାର ପ୍ରସାର ନକରିବା ପାଇଁ ଏକ୍ସଚେଞ୍ଜ୍‌ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହିତ ବ୍ୟକ୍ତିଗତ କିମ୍ବା ଗୋପନୀୟ ଆର୍ଥିକ ସୂଚନା ସେମାନଙ୍କୁ ନଦେବା ପାଇଁ ମଧ୍ୟ କୁହାଯାଇଛି। ବିଏସ୍‌ଇର କର୍ମଚାରୀମାନେ କୌଣସି ଷ୍ଟକ୍‌କୁ ପ୍ରୋତ୍ସାହନ କରିପାରିବେ ନାହିଁ। ବିଏସ୍‌ଇ ପକ୍ଷରୁ କୁହାଯାଇଛି ଅଫିସିଆଲ୍‌ ଯୋଗାଯୋଗ କେବଳ ଏହାର ୱେବସାଇଟ୍ ଏବଂ ଉପଯୁକ୍ତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଜରିଆରେ କରାଯାଇଥାଏ। ତେଣୁ କୌଣସି ବାର୍ତ୍ତାକୁ ବିଶ୍ବାସ କରିବା ପୂର୍ବରୁ ତାହାକୁ ଭଲଭାବେ ଯାଞ୍ଚ କରିବା ଲାଗି ଷ୍ଟକ ଏକ୍ସଚେଞ୍ଜ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe