ନିତି ଆୟୋଗ ଢାଞ୍ଚା ବଦଳିବ: ପ୍ରଦର୍ଶନର ସମୀକ୍ଷା କରୁଛି ବିଶେଷଜ୍ଞ କମିଟି, ଭୂମିକା, ଦାୟିତ୍ବରେ ହେବ ପରିବର୍ତ୍ତନ

Advertisment
ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା: ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି

business-standard.com

ନୂଆଦିଲ୍ଲୀ: ନିତି ଆୟୋଗ ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଛଅ ବର୍ଷ ପୂର୍ବେ ଯୋଜନା କମିସନକୁ ଉଚ୍ଛେଦ କରି ସେହି ସ୍ଥାନରେ ଏହି ସଂସ୍ଥା ଗଠନ କରାଯାଇଥିଲା। ଯେଉଁ ଲକ୍ଷ୍ୟ ନେଇ ଏହାକୁ ସ୍ଥାପନ କରାଯାଇଥିଲା ତାହା ହାସଲ କରିବାରେ ଏହା କେତେ ସଫଳ ହୋଇଛି ତାହାର ଅନୁଧ୍ୟାନ କରୁଛନ୍ତି ସରକାର। ବିଶେ‌ଷ କରି ଆୟୋଗର ପ୍ରଦର୍ଶନର ସମୀକ୍ଷା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିତି ଆୟୋଗ କାର୍ଯ୍ୟର ସମୀକ୍ଷା କରାଯାଉଛି। ସରକାର ଭାବୁଛନ୍ତି ଯେ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଗଠନ କରାଯାଇଥିଲା ଏହା ସେହି ଅନୁସାରେ ଫଳ ପ୍ରଦାନ କରୁନାହିଁ। ତେଣୁ ଆୟୋଗର ଭୂମିକା ଓ ଦାୟିତ୍ବରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହା ହେଲେ ଦେଶର ନୀତି ଭିତ୍ତିକ ପ୍ରସଙ୍ଗରେ ଏହା ଆହୁରି ସକ୍ରିୟ ଭୂମିକା ନିର୍ବାହ କରିପାରିବ।

ନିତି ଆୟୋଗ ପ୍ରଦର୍ଶନର ସମୀକ୍ଷା କରିବା ଲାଗି ଏକ କମିଟି ଗଠନ କରାଯାଇଛି। ତାହାର ନାମ ହେଉଛି ନିତି ଏଭୋଲ୍ୟୁସନାରି କମିଟି। କ୍ବାଲିଟି କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଆଦିଲ ଜାଇନୁଲ୍‌ଭାଇଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। କମିଟିର ଅନ୍ୟ ସଦସ୍ୟମା‌ନେ ହେଉଛନ୍ତି ବେନ୍ କ୍ୟାପିଟାଲ୍‌ର ଏମ୍‌ଡି ଅମିତ ଚନ୍ଦ୍ରା, ଆଭାନା କ୍ୟାପିଟାଲ୍‌ର ପ୍ରତିଷ୍ଠାତା ଅଞ୍ଜଳି ବଂଶଲ, ପୂର୍ବତନ ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ ଓ ‌ଗ୍ଲୋବାଲ୍ ଆଲାଏନ୍ସ ଫର ମାସ୍ ଏଣ୍ଟରପ୍ରେନ୍ୟୁଅପରସିପ୍‌ର ପ୍ରତିଷ୍ଠାତା ରବି ଭେଙ୍କଟେଶନ। ଏହି କମିଟି ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରିସାରିଲାଣି। ଖୁବ୍‌ଶୀଗ୍ର ତାହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯିବ। କମିଟି ଏହାର ସୁପାରିସ୍‌ରେ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ କହିଥିବା ଅନୁମାନ କରାଯାଉଛି। କେତେକ ନିର୍ଦିଷ୍ଟ ପ୍ରସଙ୍ଗରେ ନିତି ଆୟୋଗ ଆଦୌ ହସ୍ତକ୍ଷେପ ନକରୁ ବୋଲି କମିଟି ଚାହୁଛି। ସେହିପରି, ଆଉ କେତେକ ପ୍ରସଙ୍ଗରେ ଏହା ଆଗକୁ ବଢ଼ି ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେଉ ବୋଲି କମିଟି ଏହାର ସୁପାରିସ୍‌ରେ ଜଣାଇବ ବୋଲି କୁହାଯାଉଛି। ବିଶେଷ କରି ରାଜ୍ୟଗୁଡ଼ିକ ସହ ସମ୍ପର୍କ ଅଧିକ ଦୃଢ଼ କରିବା ଉପରେ କାର୍ଯ୍ୟ କରିବା ଲାଗି ନିତି ଆୟୋଗକୁ କୁହାଯିବ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନ ଭାର ଗ୍ରହଣ କରିବା ପରେ ଯେଉଁ କେତେକ ବଡ଼ ପଦକ୍ଷେପ ନେଇଥିଲେ ସେଥି ମଧ୍ୟରୁ ଗୋଟିଏ ହେଉଛି ଯୋଜନା କମିସନକୁ ଉଚ୍ଛେଦ କରି ନିତି ଆୟୋଗ ଗଠନ କରିବା। ୨୦୧୫ ଜାନୁଆରି ୧ରେ ନିତି ଆୟୋଗ ଗଠନ କରାଯାଇଥିଲା। ନିତି ଆୟୋଗ ପରିଷଦରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହାର ଉପାଧ୍ୟକ୍ଷଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରୁ ବାହ୍ୟ ସଦସ୍ୟ ମଧ୍ୟ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ରାଜୀବ କୁମାର ନିତି ଆୟୋଗ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe