ବ୍ୟାଙ୍କକୁ କହିଲେ ସୁପ୍ରିମ୍‌ କୋର୍ଟ: ‘ବଡ଼ ମାଛ ଧରୁନ, ଗରିବ ଚାଷୀଙ୍କୁ ହଇରାଣ କରୁଛ’

Advertisment
'ଯେବେ ଆଉ ସୁଧାରିବାର ଆଶା ନଥିବ, ସେବେ ହିଁ ଫାଶୀ ଦିଆଯିବ' ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ

Image Courtesy of The Hindu

ନୂଆଦିଲ୍ଲୀ: ଜଣେ ଚାଷୀଙ୍କ ସପକ୍ଷରେ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିବା ଏକ ବ୍ୟାଙ୍କକୁ ସୁପ୍ରିମ୍‌ କୋର୍ଟ କଡ଼ା ଭାଷା ଶୁଣାଇଛନ୍ତି। ବଡ଼ ମାଛକୁ ଧରୁନାହଁ, କିନ୍ତୁ କେବଳ ଗରିବ ଚାଷୀଙ୍କୁ ହଇରାଣ କରୁଛ ବୋଲି ଶୁଣାଣି ବେଳେ କୋର୍ଟ ବ୍ୟାଙ୍କକୁ କହିଛନ୍ତି। ଯେଉଁମାନେ ୧୦୦୦ କୋଟି ଟଙ୍କା ଲୁଟିନେଉଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁନାହଁ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନାହିଁ ଓ ଏହି ମାମଲାରେ ଆମେ ହସ୍ତକ୍ଷେପ କରିବୁ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିବା ସହ ସ୍ବତନ୍ତ୍ର ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି। ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ ତୁମେ ବଡ଼ ମାଛକୁ ଧରୁନାହଁ। ୯୫% ରାଶି ଫେରାଇଥିବା ଗରିବ ଚାଷୀଙ୍କୁ କେବଳ ହଇରାଣ କରୁଛ।

ଚାଷୀ ଜଣକ ଋଣ ନେଇଥିଲେ ଓ ଓଟିଏସ୍‌ ସ୍କିମ୍‌ରେ ଥିବା ବ୍ୟବସ୍ଥାକୁ ସେ ଗ୍ରହଣ କରିଛନ୍ତି ଓ ୯୫.୮୯% (୩୬.୫୦ ଲକ୍ଷ ଟଙ୍କା) ନିର୍ଧାରିତ ସମୟରେ ଜମା ମଧ୍ୟ କରିଛନ୍ତି ବୋଲି କୋର୍ଟ କହିଛନ୍ତି। ମୋହନଲାଲ ପଟିଦାର ନାମକ ଜଣେ ଚାଷୀ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ୫୦.୫୦ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଓଟିଏସ୍‌ ସ୍କିମ୍‌ ଅନୁସାରେ ୩୬.୫୦ ଲକ୍ଷ ଟଙ୍କା ଫେରାଇବାକୁ ସେ ରାଜି ହୋଇଥିଲେ। କିନ୍ତୁ ୫୦.୫୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜମା କରିବାକୁ ବ୍ୟାଙ୍କ ମୋହନଲାଲଙ୍କୁ କହିଥିଲା। ବ୍ୟାଙ୍କର ସେହି ପଦକ୍ଷେପକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe