ଶୀର୍ଷ ୧୦ ଏସ୍‌ୟୁଭି ବିକ୍ରିରେ ନେକ୍ସନ ଆଗରେ

ଆଜିଠାରୁ ଟାଟା କାର କିଣିବା ମହଙ୍ଗା ହେଲା

ନୂଆଦିଲ୍ଲୀ: ଜାନୁଆରି ମାସରେ ଦେଶର ୧୦ଟି ସର୍ବାଧିକ ବିକ୍ରି ହୋଇଥିବା ଏସୟୁଭି ମଧ୍ୟରେ ଟାଟା ନେକ୍ସନ ସବୁଠୁ ଆଗରେ ରହିଛି। କମ୍ପାନି ୧୩୮୧୬ ୟୁନିଟ୍ ନେକ୍ସନ ବିକ୍ରି କରିଛି। ଗତବର୍ଷ ଜାନୁଆରିରେ କମ୍ପାନି ୮୨୨୫ ୟୁନିଟ ବିକ୍ରି କରିଥିଲା। ଏହାପଛକୁ ଦ୍ବିତୀୟ ସ୍ଥାନରେ କିଆ ସେଲଟୋସ୍ ରହିଛି। କମ୍ପାନି ଚଳିତବର୍ଷ ଜାନୁଆରିରେ ୧୧୪୮୩ ୟୁନିଟ୍ ସେଲଟୋସ୍ ବିକ୍ରି କରିଛି, ଯାହାକି ଗତବର୍ଷ ୯୮୬୯ ୟୁନିଟରେ ସୀମିତ ଥିଲା। ଏହାପଛକୁ ତୃତୀୟ ସ୍ଥାନ‌ ହୁଣ୍ଡାଇ ଭେନ୍ୟୁ ହାସଲ କରିଛି। କମ୍ପାନି ୧୧୩୭୭ଟି ଭେନ୍ୟୁ ବିକ୍ରି କରିଛି। ସେହିଭଳି ଚତୁର୍ଥ ସ୍ଥାନରେ ଟାଟା ପଞ୍ଚ ଏବଂ ଏବଂ ପଞ୍ଚମ ସ୍ଥାନରେ ହୁଣ୍ଡାଇ କ୍ରେଟା ରହିଛି। ଏହି ଗାଡ଼ିଦ୍ବୟ ଯଥାକ୍ରମେ ୧୦୦୨୭ ଏବଂ ୯୮୬୯ଟି ଲେଖାଏଁ ବିକ୍ରି ହୋଇଛି।

ଷଷ୍ଠ ସ୍ଥାନରେ ମାରୁତି ସୁଜୁକି ବ୍ରିଜା, ସପ୍ତମ ସ୍ଥାନରେ କିଆ ସୋନେଟ୍ ରହିଛନ୍ତି। ୯୫୭୬ଟି ବ୍ରିଜା ଏବଂ ୬୯୦୪ଟି ସୋନେଟ୍ ବିକ୍ରି ହୋଇଛି। ଅଷ୍ଟମରୁ ଦଶମ ସ୍ଥାନ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ତିନିଟି ଗାଡ଼ି ରହିଛନ୍ତି। ସେଥିରେ ଥାର୍ ଅଷ୍ଟମ ସ୍ଥାନରେ ଥିବାବେଳେ ଏକ୍ସୟୁଭି୩୦୦ ନବମ ଏବଂ ଏକ୍ସୟୁଭି୭୦୦ ଦଶମ ସ୍ଥାନ‌ରେ ରହିଛି। ଏଗୁଡ଼ିକର ବିକ୍ରି ସଂଖ୍ୟା ଯଥାକ୍ରମେ ୪୬୪୬, ୪୫୫୦ ଏବଂ ୪୧୧୯ ରହିଛି। ମୋଟ ୧୦ଟି ସର୍ବାଧିକ ବିକ୍ରି ହୋଇଥିବା ଏସୟୁଭି ମଧ୍ୟରେ ମହିନ୍ଦ୍ରାର ୩ଟି, ଟାଟାର ୨ଟି, କିଆର ୨ଟି, ହୁଣ୍ଡାଇର ୨ଟି, ମାରୁତିର ଗୋଟିଏ ଏସୟୁଭି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe