ଦିଲ୍ଲୀ ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ହ୍ବାଟସ୍‌ଆପ୍‌ର ମୌଳିକ ଅଧିକାର ନାହିଁ

Advertisment

ଭାରତୀୟ ଆଇନକୁ କଂପାନି ଚ୍ୟାଲେଞ୍ଜ୍ କରିପାରିବନି

ଭାରତୀୟ ଆଇନକୁ କଂପାନି ଚ୍ୟାଲେଞ୍ଜ୍ କରିପାରିବନି

‘ଇଣ୍ଡିଆ ଗେଜେଟ୍’ରେ ନାମ ପ୍ରକାଶ କରିବାକୁ ହାଇକୋର୍ଟରେ ମାମଲା କଲେ ୮୦ ବର୍ଷୀୟ ବୃଦ୍ଧା  !

photo-indiatoday

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏକ ବିଦେଶୀ ସଂସ୍ଥା ହୋଇଥିବାରୁ ଭାରତରେ ଏହାର କୌଣସି ମୌଳିକ ଅଧିକାର ନାହିଁ। ଏହା ଭାରତୀୟ ଆଇନକୁ ଚ୍ୟାଲେଞ୍ଜ୍‌ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ବିରୋଧ କରି ହ୍ବାଟସ୍‌ଆପ୍ ହାଇକୋର୍ଟରେ ରୁଜୁ କରିଥିବା ମାମଲାର ଏବେ ବିଚାର ଚାଲିଛି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଜରିଆରେ ସରକାର ଦାଖଲ କରିଥିବା ସତ୍ୟପାଠରେ ଜଣାଇଛନ୍ତି ଯେ ସମ୍ବିଧାନର ଧାରା ୧୯ ଓ ୨୧ରେ ଥିବା ମୌଳିକ ଅଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି କୌଣସି ବିଦେଶୀ ସଂସ୍ଥା ଭାରତୀୟ ଆଇନକୁ ଚ୍ୟାଲେଞ୍ଜ୍‌ କରିପାରିବ ନାହିଁ। ମେସେଜ୍‌ର ମୂଳ ଉତ୍ସ କ’ଣ ତାହା ଜାଣିବା ଲାଗି ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ସନ ବ୍ୟବସ୍ଥାକୁ ହଟାଇବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ସରକାର କହିଛନ୍ତି। କେତେକ ନିର୍ଦିଷ୍ଟ ମାମଲରେ ମେସେଜ୍‌ର ଉତ୍ସ କ’ଣ କେବଳ ସେହି ସୂଚନା କଂପାନିକୁ ଦେବାକୁ ହେବ। ସତ୍ୟପାଠରେ ସରକାର ଏହା ମଧ୍ୟ ଜଣାଇଛନ୍ତି ଯେ ନୂଆ ଆଇଟି ନିୟମକୁ ଲାଗୁ କରିବା ଲାଗି ସରକାରଙ୍କ ପାଖରେ ଆଇନଗତ ବ୍ୟବସ୍ଥାର କୌଣସି ଅଭାବ ନାହିଁ।

ଏ ସମ୍ପର୍କରେ ସୁପ୍ରିମ୍‌କୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ କହିଛନ୍ତି ଯେ ସବୁ ମୌଳିକ ଅଧିକାର ବିଦେଶୀମାନଙ୍କ ଲାଗି ବିଶେଷ କରି ବିଦେଶୀ କଂପାନି ଉପରେ ଲାଗୁ ହେବ ନାହିଁ। ଭାରତୀୟ କଂପାନିଙ୍କ ପାଇଁ ମଧ୍ୟ ସବୁ ପ୍ରକାର ମୌଳିକ ଅଧିକାର ଉପଲବ୍ଧ ହେବ ନାହିଁ। କିନ୍ତୁ ସରକାର ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହାକୁ କୋର୍ଟ କେଉଁ ଅର୍ଥରେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ପଡ଼ିବ। ଯେହେତୁ ମେସେଜ୍‌ର ମୂଳ ଉତ୍ସ କ’ଣ ତାହା ସରକାର ଜାଣିବାକୁ ଚାହୁଛନ୍ତି ତାହା ଗୋପନୀୟତାର ଏକ ବଡ଼ ଧରଣର ଉଲ୍ଲଂଘନ ଭାବେ ବିଚାର କରାଯାଉଛି। କୌଣସି ପରିସ୍ଥିତିରେ ବ୍ୟବହାରକାରୀଙ୍କ ମେସେଜ୍‌ ସମ୍ପର୍କିତ କୌଣସି ସୂଚନା ଦେବାକୁ ହ୍ବାଟସ୍‌ଆପ୍ ଚାହୁନାହିଁ। ନୂଆ ଆଇଟି ନିୟମରେ ଏଥିପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହା ବ୍ୟକ୍ତିଗତ ଗୋପନୀୟତା ଖୋଲାଖୋଲି ଉଲ୍ଲଂଘନ ବୋଲି କଂପାନି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe