ମାଷ୍ଟରକାର୍ଡ ଉପରେ ଜାରି କଟକଣାକୁ ଆମେରିକାର ସମାଲୋଚନା

Advertisment

ଜୁଲାଇରେ ନୂଆ କାର୍ଡ ଜାରିକୁ ନିଷିଦ୍ଧ କରିଛି ରିଜର୍ଭ ବ୍ୟାଙ୍କ

ଜୁଲାଇରେ ନୂଆ କାର୍ଡ ଜାରିକୁ ନିଷିଦ୍ଧ କରିଛି ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ରିପୋର୍ଟ: ମହାମାରୀ ପରେ ରାଜ୍ୟଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି

Moneycontrol

ୱାସିଂଟନ: ଆମେରିକାନ୍ ଏକ୍ସପ୍ରେସ୍ ଏବଂ ଡିନର୍ସ କ୍ଲବ ଇଣ୍ଟରନ୍ୟାସନାଲ ଉପରେ ଗତ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ନୂଆ କାର୍ଡ ଜାରି ନକରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲା। ଏହାପରେ ମାଷ୍ଟରକାର୍ଡ ବିରୋଧରେ ମଧ୍ୟ ଜୁଲାଇରେ ରିଜର୍ଭ ବ୍ୟାଙ୍କ ସମାନ କଟକଣା ଲଗାଇଛି। ଭାରତରେ କମ୍ପାନି ଡାଟା ରଖିବା ବ୍ୟବସ୍ଥା ନକରିବାକୁ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତିକୁ ଆମେରିକାର ଜଣେ ଅଧିକାରୀ ସମାଲୋଚନା କରିଛନ୍ତି।

ରିଜର୍ଭ ବ୍ୟାଙ୍କର ଏ ପ୍ରକାର ନୀତିକୁ ଅତ୍ୟନ୍ତ କଠୋର ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କର ଏ ପ୍ରକାର କଠୋର ନୀତି ବିରୋଧରେ ଆମେ ଅନେକ ଅଭିଯୋଗ ପାଇଛୁ ବୋଲି ଆମେରିକାର ଉପ ସହାୟକ ବାଣିଜ୍ୟ ପ୍ରତିନିଧି ( ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ) ବ୍ରେନଡାନ ଏ ଲିଞ୍ଚ କହିଛନ୍ତି। ତେବେ ଆମେରିକା ଏହା ଉପରେ ସରକାରୀ ଭାବେ କିଛି ପ୍ରତିକ୍ରିୟା ଦେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe