ଅକ୍ଟୋବରରେ ବେକାରି ହାର ୬.୯୮%କୁ ବୃଦ୍ଧି

ଅକ୍ଟୋବରରେ ବେକାରି ହାର ୬.୯୮%କୁ ବୃଦ୍ଧି

KNN India

ନୂଆଦିଲ୍ଲୀ: ଦେଶରେ ବେକାରି ସମସ୍ୟା ପୁଣି ବୃଦ୍ଧି ପାଇଛ। ଅକ୍ଟୋବରରେ ବେକାରି ହାର ୬.୯୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି। ଗତ ସେପ୍ଟେମ୍ବରରେ ବେକାରି ହାର ୬.୬୭ ପ୍ରତିଶତ ଥିଲା। ଆଲୋଚ୍ୟ ମାସରେ ସହରାଞ୍ଚଳ ବେକାରି ହାରରେ ସୁଧାର ଘଟିଛି। ସେପ୍ଟେମ୍ବରରେ ଏହି ହାର ୮.୪୫ ପ୍ରତିଶତ ଥିଲା ଯାହା ଅକ୍ଟୋବରରେ ୭.୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। କୃଷି କ୍ଷେତ୍ର ପୂର୍ବାପେକ୍ଷା ସୁଦୃଢ଼ ହେବା ଏବଂ ଜିଏସ୍‌ଟି ଆଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବା ଭଳି ଭଲ ଖବର ଦେଇଥିବା ଅକ୍ଟୋବରରେ ବେକାରି ହାର ମଧ୍ୟ ବଢ଼ିଛି। କରୋନା ମହାମାରୀ ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ବେକାରି ହାର ବହୁତ ବଢ଼ିଯାଇଥିଲା। ମାତ୍ର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ‌ ସେଥିରେ ସୁଧାର ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe