ଭୁବନେଶ୍ବର: ବିଗ୍ ବଜାର ପକ୍ଷରୁ ପୂଜା ଅଫର ଘୋଷଣା କରାଯାଇଛି। ଏହି ଉତ୍ସବ ସମୟରେ ଗ୍ରାହକଙ୍କ ମନ ଜିଣିବା ଲାଗି କଂପାନି ଉତ୍ସବ ଫେସନ୍ ଉତ୍ପାଦ ବର୍ଗମାଳା ଆଣିଛି। ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ଉତ୍ସବ ସମୟର ପୋଷାକ ଷ୍ଟୋର୍ରେ ରହିଛି। ପୂଜା ଉତ୍ସବ ଅଭିଯାନ ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇଛି ଯାହା ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ। ଯେଉଁ ଗ୍ରାହକମାନେ ୬୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସପିଙ୍ଗ୍ କରିବେ ସେମାନଙ୍କୁ ୫୦୦ ଟଙ୍କାର ଏଫ୍ବିବି ଗିଫ୍ଟ ଭାଉଚର୍ ସହ ଦୁଇ ଲିଟର ତେଲ ମାଗଣାରେ ପ୍ରଦାନ କରାଯିବ। ଏହା ବ୍ୟତୀତ ଗ୍ରାହକମାନେ ଇଲେକ୍ଟ୍ରୋନିକ୍ସ, ହୋମ୍ ଫେସନ୍ ଓ ହୋମ୍ଓୟାର ବର୍ଗରେ ମଧ୍ୟ ଭଲ ଅଫର ପାଇବେ। ଗ୍ରାହକମାନେ ବିଗ୍ ବଜାର ୱେବସାଇଟ୍ ଓ ଆପ୍ ଜରିଆରେ ମଧ୍ୟ ସପିଙ୍ଗ୍ କରିପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।
ବିଗ୍ ବଜାରର ପୂଜା ଉତ୍ସବ ଆରମ୍ଭ
Advertisment
Follow Us