ନୂଆଦିଲ୍ଲୀ: ଆସାମର ଯୁବକ ସୈଦୁଲ ହକ୍ କଏନ୍ ଦେଇ ଏକ ସ୍କୁଟର କିଣିଛନ୍ତି। ଗାଡ଼ି କିଣିବା ଲାଗି ସେ ଛଅ ବର୍ଷ ହେଲାଣି କୁମ୍ପିରେ କଏନ୍ ରଖୁଥିଲେ। କୁମ୍ପି ଭାଙ୍ଗି ସେଥିରୁ ଯେଉଁ କଏନ୍ ବାହାରିଥିଲା ତାହାକୁ ବସ୍ତା ଭର୍ତ୍ତି କରି ସେ ସୋ’ରୁମ୍ ଆଣିଥିଲେ। ସେଠାରେ ସୋ’ରୁମ୍ କର୍ମଚାରୀମାନେ କଏନ୍ଗୁଡ଼ିକୁ ଗଣିଥିଲେ। ସାଧାରଣତଃ କଏନ୍ ଦେଇ ଗାଡ଼ି କିଣିବାକୁ ଆସୁଥିବା ଗ୍ରାହକଙ୍କ ଉପରେ ସୋ’ରୁମ୍ ବିରକ୍ତ ହୋଇଥାନ୍ତି। କିନ୍ତୁ ଏହି ମାମଲାରେ କିଛି ସୋ’ରୁମ୍ ତାଙ୍କୁ ଗାଡ଼ି ବିକିବାକୁ ଆଗ୍ରହ ଦେଖାଇଥିଲେ। କଏନ୍ ଦେଇ ଗାଡ଼ି କିଣିବା କିଛି ନୂଆ କଥା ନୁହେଁ। ବର୍ଷକ ପୂର୍ବରୁ ସେହି ଆସାମର ଜଣେ ଯୁବକ ବସ୍ତାରେ କଏନ ନେଇ ଗାଡ଼ି ସୋ’ରୁମ୍ ଯାଇଥିଲେ ଓ ସେଠାରୁ ଗାଡ଼ି ଆଣିଥିଲେ।
କଏନ୍ ଦେଇ ସ୍କୁଟର କିଣିଲେ ଯୁବକ
Advertisment
Follow Us