ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କଲା ଜିନ୍ଦେଗୀ ଫାଉ‌ଣ୍ଡେସନ

Advertisment
ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କଲା ଜିନ୍ଦେଗୀ ଫାଉ‌ଣ୍ଡେସନ

ଭୁବନେଶ୍ବର: ଗରିବ ପିଲାଙ୍କ ଡାକ୍ତର ହେବାର ସ୍ବପ୍ନକୁ ସାକାର କରିଛି ଜିନ୍ଦେଗୀ ଫାଉଣ୍ଡେସନ। ଶିକ୍ଷାବିତ୍‌ ତଥା ସାମାଜିକ କର୍ମକର୍ତ୍ତା ଅଜୟ ବାହାଦୂର ସିଂହଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଫାଉଣ୍ଡେସନର ୧୮ଜଣ ଛାତ୍ରଛାତ୍ରୀ ସଦ୍ୟ ପ୍ରକାଶିତ ନିଟ୍‌ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ସମାଜର ଅତ୍ୟନ୍ତ ଗରିବ ଶ୍ରେଣୀ ଯଥା ଦିନ ମଜୁରିଆ, ଶ୍ରମିକ, ରାସ୍ତାପାର୍ଶ୍ବ ବିକ୍ରେତା, ଦୁଗ୍ଧ ବିକ୍ରେତାଙ୍କ ପୁଅ ଝିଅମାନେ ଏବେ ଡାକ୍ତରୀ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ଯେତେବେଳେ ମୁଁ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ଦେଖେ, ସେତେବେଳେ ମୁଁ ଅନୁଭବ କରେ ଯେ ମୋ ଡାକ୍ତର ହେବାର ସ୍ବପ୍ନ ପୂରଣ ହେଉଛି। ଫାଉଣ୍ଡେସନ ପକ୍ଷରୁ ପିଲାମାନଙ୍କୁ ଚୟନ କରାଯିବା ସହ ମେଡିକାଲ କୋଚିଂ, ଅଧ୍ୟୟନ ସାମଗ୍ରୀ, ରହିବା ଓ ଖାଇବା ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି।

ଲକ୍‌ଡାଉନ୍‌ ସମୟରେ ମଧ୍ୟ ପିଲାମାନେ କଠିନ ପରିଶ୍ରମ ଜାରି ରଖିଥିଲେ। ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ନିୟୋଜିତ ହୋଇଥିଲେ। ୨୦୧୭ରୁ ଅନେକ ଛାତ୍ର ନିଟ୍‌ରେ କୃତକାର୍ଯ୍ୟ ହେଉଛନ୍ତି। ୨୦୧୭ରେ ୧୮, ୨୦୧୯ରେ ୧୪, ୨୦୨୦ରେ ୧୯ ଓ ୨୦୨୧ରେ ୧୮ ଜଣ ସଫଳତାର ସହ ନିଟ୍‌ରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଭଳି ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଶ୍ରୀ ସିଂ୦ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ପିଲାଙ୍କୁ କିଭଳି ଫାଉଣ୍ଡେସନ ସହ ଯୋଡ଼ାଯାଇପାରିବ ସେଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe