ଦେଶରେ ୩ କୋଟି ୮୭ ଲକ୍ଷ ବେକାର

Advertisment
ବେକାରି ହାର ୮.୧୧%କୁ ବୃଦ୍ଧି

The Economic Times

ନୂଆଦିଲ୍ଲୀ: ବେକାରି ସମସ୍ୟାରେ ଯେଉଁ ସୁଧାର ଧାରା ଆରମ୍ଭ ହୋଇଥିଲା ତାହା ଅଟକି ଯାଇଛି। ୨୦୨୦ ଡିସେମ୍ବରରେ ବେକାରଙ୍କ ସଂଖ୍ୟା ବହୁତ ବଢ଼ିଛି। ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ ଡିସେମ୍ବରରେ ବେକାରଙ୍କ ସଂଖ୍ୟା ୩ କୋଟି ୮୭ ଲକ୍ଷରୁ ଅଧିକ ରହିଛି। ନଭେମ୍ବରରେ ସେମାନଙ୍କ ସଂଖ୍ୟା ୨ କୋଟି ୭୪ ଲକ୍ଷ ପାଖାପାଖି ଥିଲା। ମାସକ ଭିତରେ ୧ କୋଟି ୧୩ ଲକ୍ଷ ଲୋକ ବେକାର ହୋଇପଡ଼ିଛନ୍ତି। କରୋନା ମହମାରୀ ମୁକାବିଲା ଲାଗି ଗତ ମାର୍ଚ୍ଚରେ ଲକ୍‌ଡାଉନ୍ ଘୋଷଣା ହେବା ବେଳକୁ ବେକାରି ସଂଖ୍ୟା ୩ କୋଟି ୭୯ ଲକ୍ଷ ଥିଲା। ଏପ୍ରିଲ୍‌ରେ ପ୍ରାୟ ୧୨ କୋଟି ଲୋକ ବେକାର ହୋଇଯାଇଥିଲେ। ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ସ୍ଥିତି ଦ୍ରୁତ ସୁଧାର ହୋଇଥିଲା। ଉତ୍ସବ ସମୟ ସୁଦ୍ଧା ସ୍ଥିତିରେ ବଡ଼ ଧରଣର ସୁଧାର ହୋଇଥିଲା। ମାତ୍ର ନଭେମ୍ବର ପରଠାରୁ ପୁଣି ବେକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡିସେମ୍ବରର ତଥ୍ୟ ବେଶ ଚିନ୍ତାଜନକ।

ଦେଶର ବେକାରି ହାର ଡି‌ସେମ୍ବରରେ ୯.୧ ପ୍ରତିଶତକୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିବା ବେଳେ ବେକାରି ସମସ୍ୟା ଉତ୍କଟ ରୂପ ଧାରଣ କରିବା ସୁଧାର ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରିବ ବୋଲି ସିଏମ୍‌ଆଇଇର ଏମ୍‌ଡି ଓ ସିଇଓ ମହେଶ ବ୍ୟାସ କହିଛନ୍ତି। ଗତ ନଭେମ୍ବରରେ ଶ୍ରମ ବଜାରରେ ୪୨.୧ କୋଟି ଲୋକ ଥିଲେ। ଡିସେମ୍ବର ସୁଦ୍ଧା ସେହି ସଂଖ୍ୟା ୪୨.୭ କୋଟିକୁ ବୃଦ୍ଧି ପାଇଛି। ନୂତନ ଭାବେ ଶ୍ରମ ବଜାରରେ ପ୍ରବେଶ କରିଥିବା ଲୋକମାନଙ୍କ ପାଇଁ ନିଯୁକ୍ତିର କୌଣସି ବ୍ୟବସ୍ଥା ନଥିବାରୁ ସେହି ୬୦ ଲକ୍ଷ ଲୋକ ବେକାର ରହିଛନ୍ତି। ବେକାରିମାନଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିର ଏହା ହେଉଛି ଏକ ବଡ଼ କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe