ଶକ୍ତିକାନ୍ତଙ୍କ ହାତରେ ଅନେକ ବିକଳ୍ପ

ବିତର୍କ: ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦି ଇଅର୍’

India TV

ମୁମ୍ବାଇ,: କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରୁ ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟାକୁ ଟାଳିବା ପାଇଁ ଅତୀତରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ପଦକ୍ଷେପ ନେଇଛନ୍ତି। ଏହା ସତ୍ତ୍ବେ ତାଙ୍କ ହାତରେ ଆହୁରି ଅନେକ ବିକଳ୍ପ ରହିଛି। ସରକାର ସୀମିତ ବିତ୍ତୀୟ ପଦକ୍ଷେପ ଏପର୍ଯ୍ୟନ୍ତ ନେଇଥିବାବେଳେ ରିଜର୍ଭ ବ୍ୟାଙ୍କ ଏକାଧିକ ପଦକ୍ଷେପ ନେଇଛି। ରେପୋ ହାରରେ ୦.୭୫ ପ୍ରତିଶତ ହ୍ରାସ କରିଛି, ୫୦ ବିଲିଅନ ଡଲାରରୁ ଅଧିକ ନଗଦ ଅର୍ଥ ଅର୍ଥନୀତିକୁ ପ୍ରବାହ କରିଛି, ଋଣ କିସ୍ତି ପୈଠ ଉପରେ ୩ ମାସର ମହଲତ ଦେଇଛି ଏବଂ ଏନପିଏ ‌ନିୟମକୁ କୋହଳ କରିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଶକ୍ତିକାନ୍ତଙ୍କୁ ଆଗାମୀ ଦିନ ଗୁଡ଼ିକରେ ଆହୁରି ଅନେକ ପଦକ୍ଷେପ ନେବାକୁ ହେବ।

ସୁଧ ହାର ହ୍ରାସ: ସିଙ୍ଗାପୁରଠାରେ ଅବସ୍ଥାପିତ ନୋମୁରା ହୋଲଡିଂସର ମୁଖ୍ୟ ଅର୍ଥନୀତିଜ୍ଞ ସୋନାଲ ବର୍ମା କହିଛନ୍ତି, ୨୦୨୦ରେ ରେପୋ ହାରରେ ରିଜର୍ଭ ବ୍ୟାଙ୍କ ଆହୁରି ୦.୭୫ ପ୍ରତିଶତ ହ୍ରାସ କରିବ ବୋଲି ଆମେ ଆଶା ରଖିଛୁ।

ନିଅଣ୍ଟ ଭରଣା: ଭାରତରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁଡ଼ିକର ମୋଟ ବଜେଟ୍ ନିଅଣ୍ଟ ଏବେ ଜିଡିପିର ୬ ପ୍ରତିଶତ ଥିବାବେଳେ ଆଗାମୀ ଦିନରେ ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇପାରେ। ସରକାର ଅଧିକ ଉଦ୍ଧାର କରିବା ପାଇଁ ବାଧ୍ୟ ହୋଇପାରନ୍ତି। ତେଣୁ ରିଜର୍ଭ ବ୍ୟାଙ୍କ ଏହି ଋଣ ଯୋଗାଇ ଦେବା ପାଇଁ ଆଗେଇ ଆସିବା ଆବଶ୍ୟକ। ପ୍ରାଇମେରି ଏବଂ ସେକେଣ୍ଡାରି ମାର୍କେଟକୁ ରିଜର୍ଭ ବ୍ୟାଙ୍କ ସହଯୋଗ କରିବା ଆବଶ୍ୟକ। ରିଜର୍ଭ ବ୍ୟାଙ୍କର ସହଯୋଗ ବିନା କମ୍ ସମୟ ମଧ୍ୟରେ ଅଧିକ ପରିମାଣର ଋଣ କରିବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି. ରଙ୍ଗରାଜନ୍ କହିଛନ୍ତି।

ବଣ୍ଡ୍‌ କ୍ରୟ: ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ୪୦ ହଜାର କୋଟି ଟଙ୍କାର ବଣ୍ଡ୍ କିଣିଛି। କିନ୍ତୁ କୋଟାକ୍ ଇନଷ୍ଟିଚ୍ୟୁଟସନାଲ ଇକ୍ବିଟିଜ୍‌ର ଶୁଭଦୀପ ରକ୍ଷିତଙ୍କ କହିବାନୁଯାୟୀ, ରିଜର୍ଭ ବ୍ୟାଙ୍କକୁ ୫ ଲକ୍ଷ କୋଟି ଟଙ୍କାର ବଣ୍ଡ୍ କ୍ରୟ କରିବାକୁ ପଡ଼ିବ। ଏଥିରେ ରାଜ୍ୟ ସରକାରଙ୍କ ଋଣ ମଧ୍ୟ ସାମିଲ ରହିବ। ଏଥିସହିତ କର୍ପୋରେଟ୍ ବଣ୍ଡ୍ କ୍ରୟ ସମେତ କମ୍ପାନି ଗୁଡ଼ିକୁ ସୁବିଧାରେ ଯେଭଳି ପାଣ୍ଠି ମିଳିପାରିବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ଆହୁରି ଅନେକ ପଦକ୍ଷେପ ନେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe