Image Credit : hindutantimes
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ପହିଲାରୁ ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଯାତ୍ରା କ୍ଷେତ୍ରରେ ରିହାତିର ପୁନଃ ପ୍ରଚଳନ କରାଯିବ ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଉକ୍ତ ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏପ୍ରକାର କୌଣସି ଘୋଷଣା କରାଯାଇ ନାହିଁ। ରେଳ ମନ୍ତ୍ରାଳୟ ଏବେ କେବଳ ଦିବ୍ୟାଙ୍ଗ ଲୋକ, ରୋଗୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ରିହାତି ପ୍ରଦାନ କରୁଥିବା ପିଆଇବି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି।
Follow Us