ଛଟେଇ ଛଡ଼ା ଅନ୍ୟ ବିକଳ୍ପ ନଥିଲା: ମସ୍କ

Advertisment

ବିଶ୍ବରେ ୩୮୦୦ କର୍ମଚାରୀ ଛଟେଇ, ଦିନକୁ ୩୩ କୋଟି କ୍ଷତି କରୁଛି ଟ୍ବିଟର୍‌

ବିଶ୍ବରେ ୩୮୦୦ କର୍ମଚାରୀ ଛଟେଇ, ଦିନକୁ ୩୩ କୋଟି କ୍ଷତି କରୁଛି ଟ୍ବିଟର୍‌

ଟ୍ବିଟର ଆଣିବ ବ୍ଲୁ, ଗୋଲ୍ଡ, ଗ୍ରେ ଟିକ୍

Image Courtesy of India Today

ନୂଆଦିଲ୍ଲୀ: ଟ୍ବିଟରକୁ କିଣିବା ପରେ ଏହାର ପ୍ରାୟ ଅଧାଅଧି କର୍ମଚାରୀଙ୍କୁ ନୂଆ ମାଲିକ ଏଲନ ମସ୍କ ଛଟେଇ କରିଛନ୍ତି। ଛଟେଇ ପରେ ପ୍ରଥମ ଥର ପାଇଁ ଆଜି ମୁହଁ‌ ଖୋଲିଛନ୍ତି ମସ୍କ। ସେ ଏକ ଟ୍ବିଟ୍ କରିଛନ୍ତି। ସେଥିରେ କହିଛନ୍ତି ଦୁର୍ଭାଗ୍ୟବଶତଃ ଏଭଳି ଛଟେଇ କରିବା ଛଡ଼ା ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା। କମ୍ପାନି ଦିନକୁ ୪ ନିୟୁତ ଡଲାରରୁ ଅଧିକ କ୍ଷତି କରୁଛି ବୋଲି ସେ କହିଛନ୍ତି। ଭାରତୀୟ ମୁଦ୍ରାରେ ଏହି କ୍ଷତି ଦିନକୁ ପାଖାପାଖି ୩୩ କୋଟି ଟଙ୍କା ହେବ।

ଭାରତ ସମେତ ସାରା ବିଶ୍ବରେ କମ୍ପାନି ପାଖାପାଖି ୩୮୦୦ କର୍ମଚାରୀଙ୍କୁ ଛଟେଇ କରିଛି। ତେବେ ଯେଉଁମାନଙ୍କୁ ଚାକିରିରୁ ବିଦା କରାଯାଇଛି ସେମାନଙ୍କୁ ତିନିମାସର ଦରମା ବା ସିଭିଅରାନ୍ସ ପ୍ୟାକେଜ ପ୍ରଦାନ କରାଯାଇଛି। ଆଇନଗତ ଭାବେ ପ୍ରଦାନ କରାଯିବାକୁ ଥିବା ରାଶିର ଏହା ୫୦ ପ୍ରତିଶତରୁ ଅଧିକ ବୋଲି ସେ ମତ ଦେଇଛନ୍ତି। ଟ୍ବିଟରର ବିଭିନ୍ନ ବିଭାଗରେ ମସ୍କ ଛଟେଇ କରିଛନ୍ତି। ସାମାଜିକ କର୍ମୀମାନେ ବିଜ୍ଞାପନଦାତାଙ୍କ ଉପରେ ଅଯଥା ଚାପ ସୃ୍ଷ୍ଟି କରୁଥିବାରୁ କମ୍ପାନିର ରାଜସ୍ବରେ ବଡ଼ ଧରଣର ହ୍ରାସ ଘଟିଛି। ଏହାବ୍ୟତୀତ କଣ୍ଟେଣ୍ଟକୁ ପରିବର୍ତ୍ତନ ନେଇ ଯେଉଁ ପ୍ରତିଶ୍ରୁତି ପୂର୍ବରୁ ଦିଆଯାଇଥିଲା ସେହି ମତ ସହ ଏବେ ବି କମ୍ପାନି ରହିଛି। କୌଣସି ବିଷୟରେ ଟ୍ବିଟର ଠିକ ସୂଚନାକୁ ସେନସର କରିବ ନାହିଁ। ଏହାବ୍ୟତୀତ ବ୍ଲୁ ଟିକ୍‌ ପାଇଁ କମ୍ପାନି ମାସିକ ୮ ଡଲାର ନେବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ତାଙ୍କୁ ସବୁଦିନେ ସମାଲୋଚନା କରାଗଲେ ମଧ୍ୟ ମୂଲ୍ୟ ତାହା ହିଁ ରହିବ। କମ୍ପାନିର ରାଜସ୍ବ ଏପ୍ରିଲ-ଜୁନରେ ୧ ପ୍ରତିଶତ ହ୍ରାସ ପାଇବା ଦ୍ବାରା ୨୭୦ ନିୟୁତ ଡଲାରର କ୍ଷତି ସହିବାକୁ ହୋଇଥିବା ମସ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe