ଆସିବ ଜୁମ୍ ଆପ୍‌ର ସ୍ବଦେଶୀ ପ୍ରତିଦ୍ବନ୍ଦ୍ବୀ

ଜୁମ ଆପ୍ ବ୍ୟାନ୍ ନ କରିବାର ରହସ୍ୟ ବାବଦରେ ଜାଣିଛନ୍ତି କି ?

Moneycontrol

ନୂଆଦିଲ୍ଲୀ: ଜୁମ୍ ଆପ୍‌ରେ ସୁରକ୍ଷା ତ୍ରୁଟି ରହିଥିବାରୁ ତାହାର ବ୍ୟବହାର ଉପରେ କେନ୍ଦ୍ର ସରକାର କଟକଣା ଲଗାଇଥିବା ବେଳେ ଏହାର ସ୍ବଦେଶୀ ଭର୍ସନ ବିକଶିତ କରିବା ଲାଗି ୧୦ଟି କଂପାନିକୁ ଚୟନ କରିଛନ୍ତି। ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌, ଜୋ‌ହୋ କର୍ପ, ସାଇବର୍‌ହରାଇଜନ୍, ଡାଟା ଇଞ୍ଜେନିଅସ୍, ଆରିଆ ଟେଲିକମ୍ଏବଂ ପିପୁଲ୍‌ଲିଙ୍କ୍‌ ଭଳି ୧୦ଟି ପ୍ରଯୁକ୍ତି ସଂସ୍ଥାଙ୍କୁ ଚୟନ କରି ସେମାନଙ୍କୁ ଏକ ସୁରକ୍ଷିତ ଭିଡିଓ କନଫରେନ୍ସିଂ ଆପ୍ ବିକଶିତ କରିବାର ଦାୟିତ୍ବ ଦିଆଯାଇଛି।ପ୍ରଥମ ପର୍ଯ୍ୟାୟରେ ଏହି କଂପାନିଗୁଡ଼ିକୁ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଦେବେ। ସବୁ କଂପାନି ଜୁମ୍ ଭଳି ଆପ୍‌ର ଏକ ନମୁନା ବିକଶିତ କରିବେ।

ଶେଷ ପର୍ଯ୍ୟାୟରେ ସେହି ୧୦ କଂପାନି ମଧ୍ୟରୁ ଶ୍ରେଷ୍ଠ ନମୁନା ଦାଖଲ କରିଥିବା ତିନି କଂପାନିକୁ ଜୟନ କରି ସେମାନଙ୍କୁ ସମ୍ପୂର୍ଣ୍ଣ ସମାଧାନ ବିକଶିତ କରିବାକୁ କୁହାଯିବ। ସେଥିପାଇଁ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ବିଜେତା ସଂସ୍ଥା ଯେଉଁ ଆପ୍ ବିକଶିତ କରିବେ ତାହାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ବ୍ୟବହାର କରିବେ। ପ୍ରଥମେ ଚାରି ବର୍ଷ ପାଇଁ ବିଜେତା କଂପାନିକୁ ସମାଧାନ ପ୍ରଦାନ କରିବାର ବରାଦ ଦିଆଯିବ। ସେଥିପାଇଁ ପ୍ରଥମ ବର୍ଷ ଏକ କୋଟି ଟଙ୍କା ଦେବା ପରେ ପରବର୍ତୀ ବର୍ଷଗୁଡ଼ିକ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe