ନୂଆବର୍ଷରୁ ମିଳିବ ଏସବୁ ସୁବିଧା

ଗହଣା ବଜାରକୁ ପ୍ରଭାବିତ କରିବନି ନିରବ ମୋଦୀ ଠକେଇ

Window display of jewelry shop

ଆଉ କିଛି ଦିନ ପରେ ନୂଆବର୍ଷ ୨୦୧୮ ଆସିବ। ନୂଆବର୍ଷରୁ ସରକାର କେତୋଟି ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଫାଇଦା ଗ୍ରାହକଙ୍କୁ ମିଳିବ। ଆସନ୍ତୁ ଜାଣିବା ଗ୍ରାହକଙ୍କୁ କି ପ୍ରକାର ନୂଆ ସୁବିଧା ମିଳିବ...

ଘରେ ବସି ଆଧାର ସଂଯୋଗ

publive-image
ଘରେ ବସି ମୋବାଇଲ ସିମ୍‌ ସହିତ ଆଧାର ନମ୍ବରର ସଂଯୋଗ ଗ୍ରାହକମାନେ ଆସନ୍ତା ନୂଆବର୍ଷରୁ କରିପାରିବେ। ଏହି ସୁବିଧା ଚଳିତମାସ ୧ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଟେଲିକମ୍‌ ସେବାପ୍ରଦାନକାରୀମାନେ ଏଥିପାଇଁ ପ୍ରସ୍ତୁତ ହୋଇ ନପାରିବାରୁ ସରକାର ଏହାକୁ ଆସନ୍ତା ଜାନୁଆରି ପହିଲାକୁ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଆସନ୍ତା ଜାନୁଆରି ପହିଲାରୁ ମୋବାଇଲ୍‌ ସିମ୍‌ ସହିତ ଓଟିପି ଓ ଅନ୍ୟ ଉପାୟରେ ଘରେ ବସି ଆଧାର ସଂଯୋଗ କରିବା ସୁବିଧା ମୋବାଇଲ ଫୋନ୍‌ ଗ୍ରାହକଙ୍କୁ ମିଳିବ।

ଗହଣା ଉପରେ ହଲ୍‌ମାର୍କିଂ ବାଧ୍ୟ

publive-image
ସରକାର ଆସନ୍ତା ନୂଆବର୍ଷରୁ ୧୪ କ୍ୟାରେଟ୍‌, ୧୮ କ୍ୟାରେଟ୍‌ ଏବଂ ୨୨ କ୍ୟାରେଟ୍‌ ସୁନା ଗହଣା ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଯୋଜନା ରଖିଛନ୍ତି।ଫଳରେ ଗ୍ରାହକମାନେ ସୁନା ଗହଣାର ଶୁଦ୍ଧତା ସମ୍ପର୍କରେ ଅବଗତ ହୋଇପାରିବେ। ୩ଟି ପର୍ଯ୍ୟାୟରେ ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୨ଟି ସହର, ଦ୍ୱିତୀୟ ପର୍ଯ୍ୟାୟରେ ୭୦୦ ସହର ଓ ପରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ।

କମ୍‌ ଏମ୍‌ଡିଆର୍‌ ଚାର୍ଜ
ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶନାମା ଅନୁଯାୟୀ ଆସନ୍ତା ନୂଆବର୍ଷରୁ ଡେବିଟ୍‌ କାର୍ଡରେ ଅର୍ଥ ପଇଠ ଶସ୍ତା ହେବ। କାରଣ ମର୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଚାର୍ଜ ନେଇ ନୂଆ ନିୟମ ଲାଗୁ ହେବ। ଡେବିଟ୍‌ କାର୍ଡରେ ଅର୍ଥ ପଇଠ ସମୟରେ ଦୋକାନୀଙ୍କ ଉପରେ ୨ ପ୍ରତିଶତ ଚାର୍ଜ ଲାଗୁ କରାଯାଇଥାଏ। ତେବେ କେତେକ ଦୋକାନୀ ଏହି ଚାର୍ଜକୁ ଅନେକ ସମୟରେ ଗ୍ରାହକଙ୍କ ଉପରେ ଲଦି ଦେଇଥାନ୍ତି। ତେବେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପଇଠ କ୍ଷେତ୍ରରେ ସରକାର ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଏମ୍‌ଡିଆର୍‌ ଚାର୍ଜ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ୨ ହଜାର ଟଙ୍କାର ଡେବିଟ୍‌ କାର୍ଡରେ ଅର୍ଥ ପଇଠ କ୍ଷେତ୍ରରେ ଗ୍ରାହକ କିମ୍ବା ଦୋକାନୀଙ୍କୁ କୌଣସି ଏମ୍‌ଡିଆର୍‌ ଚାର୍ଜ ଆସନ୍ତା ନୂଆବର୍ଷରୁ ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe