ପେନ୍‌ସନ୍‌ ଏବଂ ବ୍ୟାଙ୍କ୍ କ୍ଷେତ୍ରରେ ଅକ୍ଟୋବର ପହିଲାରୁ ଲାଗୁ ହେବ ଏହିସବୁ ନୂଆ ନିୟମ

Advertisment
ଏଟିଏମ୍ ମେସିନରେ ଟଙ୍କା ଭର୍ତ୍ତି ନ କରି ଦେଢ଼ କୋଟିରୁ ଅଧିକ ଲୁଟିନେଲେ ଏଜେନ୍ସି କର୍ମଚାରୀ

Image Courtesy of The Indian Nation

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି ପେନ୍‌ସନ୍‌ ଠାରୁ ଆରମ୍ଭ କରି ବ୍ୟାଙ୍କ୍‌ ଚେକ୍‌ ବୁକ୍‌ ଭଳି ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା କେତେକ ନୀତିନିୟମ। ତେଣୁ, ଏସଂକ୍ରାନ୍ତ ‘ଗାଇଡ୍‌ଲାଇନ୍‌’ ପ୍ରତି ସଚେତନ ହେବା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ମନେହୁଏ।

ପେନ୍‌ସନ୍‌ ନିୟମ ପରିବର୍ତ୍ତନ: ଅକ୍ଟୋବର ୧ ତାରିଖରୁ ୮୦ ବର୍ଷ କିଂବା ତା’ଠାରୁ ଅଧିକ ବୟସ୍କ ପେନ୍‌ସନ୍‌ଭୋଗୀମାନଙ୍କ ପାଇଁ ‘ଡିଜିଟାଲ୍‌ ଲାଇଫ୍‌ ସାର୍ଟିଫିକେଟ୍‌’ ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି। ସେମାନେ ଦେଶରେ ଥିବା ନିଜ ନିଜ ଅଞ୍ଚଳର ‘ମୁଖ୍ୟ ଡାକଘର’ମାନଙ୍କରେ ଥିବା ‘ଜୀବନ ପ୍ରମାଣ କେନ୍ଦ୍ର’ରେ ନଭେମ୍ବର ୩୦ ସୁଦ୍ଧା ଉପରୋକ୍ତ ସାର୍ଟିଫିକେଟ୍‌ ଦାଖଲ କରିପାରିବେ। ଏହି ପ୍ରକ୍ରିୟାକୁ ଅଧିକ ସୁବିଧା କରିବା ଲାଗି ମଧ୍ୟ ଉପାୟ କରାଯାଇଛି। ତେଣୁ, ଯେଉଁ ‘ଜୀବନ ପ୍ରମାଣ କେନ୍ଦ୍ର’ଗୁଡ଼ିକର ‘ଆଇଡି’ ବନ୍ଦ ହୋଇଯାଇଛି ସେହି ‘ଆଇଡି’ଗୁଡ଼ିକୁ ପୁନଃସକ୍ରିୟ କରିବା ଲାଗି ଭାରତୀୟ ଡାକ ବିଭାଗକୁ ନିର୍ଦେଶ ଦିଆଯାଇଛି।

ଚେକ୍‌ ବୁକ୍‌ ନିୟମ ପରିବର୍ତ୍ତନ: ଆଗାମୀ କାଲି ଠାରୁ ତିନୋଟି ବ୍ୟାଙ୍କ୍‌ର ପୁରୁଣା ଚେକ୍‌ ବୁକ୍‌ ଏବଂ ‘ମ୍ୟାଗ୍ନେଟିକ୍ କ୍ୟାରେକ୍ଟର୍‌ ଆଇଏନ୍‌ସି ରେକଗ୍‌ନିସନ୍‌ କୋଡ୍‌’ (ଏମ୍‌ଆଇସିଆର୍‌) ଅକାମିକା ‌ହୋଇଯିବ। ଏହି ବ୍ୟାଙ୍କ୍‌ଗୁଡ଼ିକ ହେଉଛି: ‘ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସ’, ‘ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ ଏବଂ ଆହ୍ଲାବାଦ ବ୍ୟାଙ୍କ୍‌’। ‘ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍’ରେ ମିଶିଯାଇଥିବା ‘ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌’ ଏବଂ ‘ୟୁନାଇଟେଡ୍‌ ବ୍ୟାଙ୍କ୍’ ସୂଚନା ଦେଇଛି ଯେ, ‘ଅପ୍‌ଡେଟ୍‌’ ହୋଇ ନ ଥିବା ପୁରୁଣା ଚେକ୍‌ ବୁକ୍‌ ଏବଂ ପୂର୍ବର ‘ଏମ୍‌ଆଇସିଆର୍‌’ ଏବଂ ‘ଆଇଏଫ୍‌ଏସ୍‌’ କୋଡ୍‌ ସ୍ଥାଣୁ ହୋଇଯିବ।

publive-image Image Courtesy of Informalnews

ଅଟୋ ଡେବିଟ୍‌ ସୁବିଧା ନିମୟ ପରିବର୍ତ୍ତନ: ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଧାରିତ ନିର୍ଦେଶ ଅନୁସାରେ, ଅକ୍ଟୋବର ପହିଲାରୁ ‘ଡେବିଟ୍‌/କ୍ରେଡିଟ୍‌’ କାର୍ଡରୁ ‘ଅଟୋ-ଡେବିଟ୍‌’ ସୁବିଧା ବଦଳି ଯିବ। ଏଥିପାଇଁ ବ୍ୟାଙ୍କ୍‌ଗୁଡ଼ିକୁ ‘ଆଡିସ୍‌ନାଲ୍‌ ଫ୍ୟାକ୍ଟର୍‌ ଅଥେଣ୍ଟିକେସନ୍’ ପ୍ରଚଳନ କରିବାକୁ ରିଜର୍ଭ ବ୍ୟାଙ୍କ୍‌ କହିଛି। ଅର୍ଥାତ୍‌ ଗ୍ରାହକମାନଙ୍କ ଅନୁମୋଦନ ବିନା ମାସିକ ଦେୟ ପାଇଁ ‘ଓଭର୍‌-ଦି-ଟପ୍‌ ପ୍ଲାଟ୍‌ଫର୍ମସ୍‌’ ବ୍ୟବସ୍ଥା ରହିବ ନାହିଁ। ଦେୟ ପ୍ରଦାନର ୨୪ ଘଣ୍ଟା ପୂର୍ବରୁ ଏ ସଂକ୍ରାନ୍ତରେ ଗ୍ରାହକମାନଙ୍କ ପାଖକୁ ବିଜ୍ଞପ୍ତି ପଠାଯିବ ଏବଂ ସେମାନଙ୍କର ବିହିତ ଅନୁମୋଦନ ପରେ ଯାଇ ଦେୟ ପ୍ରଦାନ କରାଯିବ।

ବିନିଯୋଗ ନିମୟ ପରିବର୍ତ୍ତନ: ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ଏସ୍‌ଇବିଆଇ) ଘୋଷଣା ଅନୁଯାୟୀ, ପରିଚାଳନା ଅଧୀନରେ କର୍ଯ୍ୟରତ କନିଷ୍ଠ କର୍ମଚାରୀମାନେ ‘ମ୍ୟୁଚୁଆଲ୍‌ ଫଣ୍ଡ୍‌’ର ଉକ୍ତ ୟୁନିଟ୍‌ରେ ସେମାନଙ୍କ ସମୁଦାୟ ବେତନର ୧୦% ବିନିଯୋଗ କରିବା ଆବଶ୍ୟକ ହେବ। ପୁନଶ୍ଚ ୨୦୨୩ ଅକ୍ଟୋବରରୁ ତାହା ସମୁଦାୟ ବେତନର ୨୦%କୁ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe