ଜାଣି ରଖନ୍ତୁ ଅକ୍ଟୋବରରୁ ଏହି ସବୁ ନିୟମରେ ହେବ ପରିବର୍ତ୍ତନ !

Advertisment
ଜାଣି ରଖନ୍ତୁ ଅକ୍ଟୋବରରୁ ଏହି ସବୁ ନିୟମରେ ହେବ ପରିବର୍ତ୍ତନ !

ଅକ୍ଟୋବର ମାସ ଆରମ୍ଭ ସାଧାରଣ ଲୋକଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣି ପାରେ। ଗତ କିଛିଦିନ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତିରେ କେଉଁଥିରେ ଖୁସି ଓ କେଉଁଥିରେ ନିରାଶ ହେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଅକ୍ଟୋବର ୧ରୁ କେଉଁକେଉଁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।

ଅକ୍ଟୋବରରୁ ଡିସେମ୍ବର ତ୍ରୟମାସିକ ପାଇଁ ସ୍ୱଳ୍ପ ପରିମାଣର ଜମା ଉପରେ ସୁଧହାର ବଢ଼ିବ। ଏହା ଜରିଆରେ ସୁକନ୍ୟା ସମୃଦ୍ଧି ସ୍କିମ୍‌, ନ୍ୟାସନାଲ ସେଭିଂ ସିର୍ଟିଫିକେଟ (ଏସ୍‌ଏସ୍‌ସି), ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), କିସାନ୍‌ ବିକାଶ ପତ୍ର (କେଭିପି) ଓ ପୋଷ୍ଟ ଅଫିସର କେତେକ ଜମା ଉପରେ ୦.୪୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ।

କୌଣସି ରାଜନୈତିକ ପାର୍ଟିକୁ ଚାନ୍ଦା ଦେବା ପାଇଁ ଆପଣ ଇଲେକ୍ଟ୍ରୋରଲ ବଣ୍ଡସ୍‌ କିଣି ପାରିବେ। ଏହାର ବିକ୍ରି ଅକ୍ଟୋବର ୧୦ରୁ ଆରମ୍ଭ ହେବ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଇଲେକ୍ଟ୍ରୋରଲ ବଣ୍ଡସ୍‌ ଆରମ୍ଭ କରିବାକୁ ମଞ୍ଜୁରୀ ବି ମିଳିଛି।

publive-image

ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ନିୟମ ଅନ୍ତର୍ଗତ ଟ୍ୟାକ୍ସ ଡିଡକ୍‌ଟେଡ୍‌ ଆଟ୍‌ ସୋର୍ସ (ଟିଡିଏସ୍‌) ଓ ଟ୍ୟାକ୍ସ କଲେକ୍‌ଟେଡ୍‌ ଅଟ ସୋର୍ସ (ଟିସିଏସ୍‌)ବି ଲାଗୁ ହୋଇଯିବ। ଇ-କମର୍ସ କମ୍ପାନିକୁ ଟିସିଏସ୍‌ କଲେକ୍‌ସନ୍‌ ପାଇଁ ସେହି ସବୁ କମ୍ପାନିରେ ନିଜର ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ ଯେଉଁଥିରେ ତାହାର ସପଲାଏର୍‌ ଥିବେ।

publive-image

କଲ୍‌ ଡ୍ରପ୍‌କୁ ରୋକିବାକୁ ନେଇ ଟ୍ରାଇ କହିଛି, ନୂଆ ପାରାମିଟର ପ୍ରଭାବରେ ଆସିବା ହେତୁ ମୋବାଇଲ ଅପରେଟର କମ୍ପାନି ଉପରେ ଭାରୀ ଜରିମାନା ଲାଗିପାରେ। କଲ୍‌ ଡ୍ରପ୍‌ର ପରିଭାଷାରେ ୨୦୧୦ ପରେ ପ୍ରଥମ ଥର ପରିବର୍ତ୍ତନ କରାଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ (ପିଏସ୍‌ବି)ରେ ସ୍ୱଳ୍ପ ଓ ଦୀର୍ଘ ଅବଧି ପାଇଁ ଋଣ ଉପରେ ଏମସିଏଲଆର ଦରରେ ୦.୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ ପିଏନ୍‌ବିରୁ ଅଟୋ ଓ ପର୍ସନାଲ ଲୋନ୍‌ ନେବା ମହଙ୍ଗା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe