ଚାଲିବା କଥା ଛାଡ଼ନ୍ତୁ, ହେଲ୍‌ମେଟ୍‌ ନପିନ୍ଧିଥିଲେ ଷ୍ଟାର୍ଟ ବି ହବନି ଏହି ସ୍କୁଟର୍‌

Advertisment
ଚାଲିବା କଥା ଛାଡ଼ନ୍ତୁ, ହେଲ୍‌ମେଟ୍‌ ନପିନ୍ଧିଥିଲେ ଷ୍ଟାର୍ଟ ବି ହବନି ଏହି ସ୍କୁଟର୍‌

www.aajtak.in

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସ୍କୁଟର୍‌ ଉପ‌ରେ ବସୁଛନ୍ତି ତେବେ ଆପଣଙ୍କୁ ଜଣେ ରାଜା ପରି ଅନୁଭବ ହେବା ଉଚିତ! ବିଏମ୍‌ଡବ୍ଲୁ ମୋଟର ଇଣ୍ଡିଆ ଆପଣଙ୍କୁ ଏହି ଅନୁଭବ ପ୍ରଦାନ କରିବ। କେବଳ ଏତିକି ନୁହେଁ, ଏହି ସ୍କୁଟର୍‌ର ଖାସ୍‌ କଥା ଏହା ଯେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଷ୍ଟାର୍ଟ ବି ହେବନାହିଁ।

ବିଏମ୍‌ଡବ୍ଲୁ ସି୪୦୦ ଜିଟି ସ୍କୁଟ‌ରରେ ୩୫୦ସିସିର ୱାଟର୍‌ କୁଲ୍ଡ ସିଙ୍ଗଲ୍‌ ସିଲିଣ୍ଡର୍‌ ୪ ଷ୍ଟ୍ରୋକ୍‌ ଇଞ୍ଜିନ୍‌ ଲାଗିଛି। ଶକ୍ତି ଦୃଷ୍ଟିରୁ ଏହାକୁ ଆପଣ ରୟାଲ ଏନ୍‌ଫିଲ୍ଡର ବାଇକ୍‌ ଇଞ୍ଜିନ ସହ ବି ତୁଳନା କରିପାରିବେ।

ଏହାର ସର୍ବାଧିକ ଗତି ଘଣ୍ଟାକୁ ୧୩୯ କିଲୋମିଟର୍‌। ସ୍କୁଟ୍‌ର ସାମ୍ନାରେ ଏତେ ଜାଗା ରହିଛି ଯେ ଆପଣ ଏଥିରେ ଗୁଡ଼ାଏ ଜିନିଷ ରଖିପାରିବେ। ହ୍ୟାଣ୍ଡ୍‌ଲ୍‌ ତଳେ ଥିବା ଡ୍ୟାସ୍‌ବୋର୍ଡରେ ଆପଣ ଅନେକ ସାମଗ୍ରୀ ରଖିପାରିବେ।

publive-image www.aajtak.in

ଏଥିରେ ଆପଣଙ୍କୁ ୟୁଏସ୍‌ବି ମୋବାଇଲ୍‌ ଚାର୍ଜର ସଂଯୋଗ ବି ଦିଆଯାଉଛି। ତେବେ, ଏହାର ସିଟ୍‌ ତଳେ ବି ବଢ଼ିଆ ଜାଗା ଅଛି। ଏଥିରେ ଆପଣ ଆରାମରେ ନିଜ ହେଲ୍‌ମେଟ୍‌ ରଖିପାରିବେ।

ଏହି ସ୍କୁଟରଟି ସମୁଦାୟ ୩ଟି ରଂଗର ମଡେଲରେ ବଜାରକୁ ଆସିଥିବା ବେଳେ ଭାରତରେ କେବଳ ୨ଟି ରଂଗରେ ଏହା ଉପଲବ୍ଧ। ତେବେ ଏହାର ଦାମ ମଧ୍ୟବିତ୍ତଙ୍କ ପାଇଁ ଟିକେ ଅଧିକ ହୋଇପାରେ। ଭାରତରେ ବିଏମ୍‌ଡବ୍ଲୁ ସି୪୦୦ ଜିଟି ସ୍କୁଟ‌ରର ଦାମ ୧୦.୪୦ ଲକ୍ଷରୁ ଆରମ୍ଭ ହେଉଛି। ଏହି ଗାଡ଼ିରେ ଗୁଡ଼ାଏ ମନଲୋଭା ଫିଚର୍‌ ରହିଥିବା ବେଳେ ଏହା ଏକ ଅତ୍ୟନ୍ତ ବିଳାସମୟ ଶ୍ରେଣୀର ଯାନ ଭାବେ ପରିଗଣିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe