ଦୀପାବଳି ଅବସରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ ସ୍କୁଟର ଉପହାର ଦେଲା ସୁରଟ୍ କମ୍ପାନି

Advertisment
ଦୀପାବଳି ଅବସରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ ସ୍କୁଟର ଉପହାର ଦେଲା ସୁରଟ୍ କମ୍ପାନି

ନୂଆଦିଲ୍ଲୀ:ଦୀପାବଳି ଅବସରରେ ସୁରଟର ଏକ କମ୍ପାନି ନିଜର କର୍ମଚାରୀଙ୍କୁ ଉପହାର ଭାବେ ଇଲେକ୍ଟ୍ରିକ ସ୍କୁଟର ଦେଇଛି। ପେଟ୍ରୋଲର ଆକାଶ ଛୁଆଁ ମୂଲ୍ୟକୁ ଦୃଷ୍ଟିରେ ରଖି କମ୍ପାନି ଏହି ପଦକ୍ଷେପ ନେଇଛି। ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର ଦ୍ବାରା ପରିବେଶ ପ୍ରଦୂଷଣକୁ ରୋକା ଯାଇପାରିବ। କର୍ମଚାରୀଙ୍କୁ ଇଲେକ୍ଟ୍ରିକ ସ୍କୁଟର ଉପହାର ଦେଇଥିବା ସୁରଟର ଏହି ଜଣାଶୁଣା କମ୍ପାନିର ନାମ ଆଲିଆନ୍ସ ଗ୍ରୁପ ରହିଛି।

ଆଲିଆନ୍ସ ଗ୍ରୁପ କମ୍ପାନି ନିର୍ଦେଶକ ସୁଭାଷ ଡାଭର କହିଛନ୍ତି, ଇନ୍ଧର ଦର ବୃଦ୍ଧି ଓ ଅନ୍ୟ ସବୁଦିଗକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କୁ ଏଭଳି ଇଲେକ୍ଟ୍ରିକ ସ୍କୁଟର ଉପହାର ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ସୁଭାଷ ଡାଭରଙ୍କ ପୁଅ ଚିରାଗ ଡାଭର କହିଛନ୍ତି, ଚଳିତ ଥର ଦୀପାବଳିରେ ପେଟ୍ରୋଲ ଚାଳିତ ବାଇକ ବଦଳରେ ଆୟୋଜିତ ଏକ କାର୍ଯ୍ୟକ୍ରମ ୩୫ଜଣ କର୍ମଚାରୀଙ୍କୁ ଏଭଳି ସ୍କୁଟର ଉପହାର ଦିଆଯାଇଛି।  ଏହା କେବଳ ଇନ୍ଧନ ଉପରେ ହେଉଥିବା ଖର୍ଚ୍ଚକୁ ସଞ୍ଚୟ କରିବ ତାହା ନୁହେଁ, ବରଂ ଆମର କମ୍ପାନି ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ | ଏହି ଉପହାରକୁ ସାଂସଦ ତଥା ଗୁଜୁରାଟ ରାଜ୍ୟର ବିଜେପି ଅଧ୍ୟକ୍ଷ ସିଆର ପାଟିଲ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe