ନୂଆଦିଲ୍ଲୀ: ଅମୂଲ ପକ୍ଷରୁ ଭାରତୀୟ ରେଳବାଇକୁ ଦିଆଯାଇଥିବା ଏକ ବ୍ୟବସାୟିକ ପ୍ରସ୍ତାବର ଉତ୍ତର ଦେଇ ଭାରତୀୟ ରେଳବାଇ ଏବେ ଟୁଇଟର୍ରେ ବେଶ୍ ଚର୍ଚ୍ଚିତ। ଭାରତୀୟ ରେଳବାଇ ପକ୍ଷରୁ ଯେଉଁ ଟୁଇଟ୍ ହୋଇଛି ସେଥିରେ ଲେଖାଯାଇଛି, ‘ଏଣିକି ଭାରତୀୟ ରେଳବାଇ ଅଟର୍ଲି ବଟର୍ଲି ସ୍ୱାଦ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଦାନ କରିବ।’
ପୂର୍ବରୁ ଡାଏରି ମେଜର ଅମୂଲ ପକ୍ଷରୁ ଭାରତୀୟ ରେଳବାଇ ଉଦେଶ୍ୟରେ ଏକ ଟୁଇଟ୍ କରାଯାଇଥିଲା। ସେଥିଲେ ଲେଖାଯାଇଥିଲା, ‘ସାରା ଦେଶରେ ଅମୂଲ ବଟର ପରିବହନ କରିବା ପାଇଁ ଏକ ଫ୍ରିଜ୍ ଥିବା ପାର୍ସଲ ଭ୍ୟାନ୍ ବ୍ୟବହାର କରିବାର ଇଚ୍ଛା ରଖିଛି। ଏ ସଂପର୍କରେ ରେଳବାଇ ପକ୍ଷରୁ ମତାମତ ପାଇଁ ବିଶେଷ ଅନୁରୋଧ।’
ଅମୂଲର ଏହି ଟୁଇଟ୍ର ଉତ୍ତର ଦେଇ ଭାରତୀୟ ରେଳବାଇ ଉପରୋକ୍ତ ଟୁଇଟ୍ କରିଛି। ତେବେ ଭାରତୀୟ ରେଳବାଇ ପକ୍ଷରୁ ଖୁବ୍ ଶୀଘ୍ର ଅମୂଲର ଟ୍ୟାଗ୍ଲାଇନ୍ ବ୍ୟବହାର ହୋଇ ପ୍ରକାଶ ପାଇଥିବା ଏହି ଟୁଇଟ୍ଟି ଏବେ ଭାଇରାଲ ହୋଇଛି। ରେଳବାଇ ପକ୍ଷରୁ ଏହି ଟୁଇଟ୍ ପ୍ରକାଶ ପାଇବା ପରେ ବିଭିନ୍ନ ଲୋକେ ବିଭିନ୍ନ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବେ ରେଳବାଇ ପରିବା, ଫଳ, ଚକୋଲେଟ ଆଦି ଶୀଘ୍ର ନଷ୍ଟ ହୋଇ ଯାଉଥିବା ଖାଦ୍ୟ ପାଇଁ ଫ୍ରିଜ୍ ଯୁକ୍ତ ପାର୍ସଲ ଭ୍ୟାନ୍ ଲଞ୍ଚ କରିଥିଲା। ମାତ୍ର ଏହି ସେବା କେତେକ ନିର୍ଦ୍ଦିଷ୍ଟ ମାର୍ଗକୁ ଦିଆଯାଉଥିଲା।
Follow Us