ଏ ବର୍ଷ ଅର୍ଥନୀତି ଦୁର୍ବଳ ହେବ, ଜାଣନ୍ତୁ କେତେ ଖସିବ ଜିଡିପି

ଏବର୍ଷ ଜିଡିପି ଅଭିବୃଦ୍ଧି ୭% ରହିବ : କେନ୍ଦ୍ର ସରକାର

Indian Economy

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୯ ପ୍ରତିଶତ ହ୍ରାସ ପାଇବ ବୋଲି ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଆକଳନ କରିଛି। ବିଶ୍ବର ପ୍ରମୁଖ ରେଟିଂ ଏଜେନ୍ସିଗୁଡ଼ିକ ଭଳି ଏଡିବି ମଧ୍ୟ ନିଜ ପୂର୍ବ ଆକଳନରେ ସଂଶୋଧନ କରିଛି। ପୂର୍ବରୁ ଏହା କହୁଥିଲା ଭାରତର ଅଭିବୃଦ୍ଧି ୪ ପ୍ରତିଶତ ଖସିବ। ମାତ୍ର ଏପ୍ରିଲ୍-ଜୁନ୍ ତିନି ମାସରେ ଦେଶର ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇବା ପରେ ପ୍ରାୟ ସବୁ ସଂସ୍ଥା ଭାରତକୁ ନେଇ କରିଥିବା ଆକଳନରେ ପରିବର୍ତ୍ତନ କରୁଛନ୍ତି। ଏସ୍‌ଆଣ୍ଡ୍‌ପି ରେଟିଂ ଏଜେନ୍ସି ଓ ଜାପାନର ନୁମୋରା ମଧ୍ୟ ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୯ ପ୍ରତିଶତ ହ୍ରାସ ପାଇବ। ଏଡିବି ମତ‌ରେ ଯଦିଓ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ୯ ପ୍ରତିଶତ ଖସିବ, କିନ୍ତୁ ୨୦୨୧-୨୨ରେ ସେଥିରେ ଦ୍ରୁତ ସୁଧାର ଘଟିବ। ଗମନାଗମନ ଓ ବ୍ୟାବସାୟିକ କାର୍ଯ୍ୟକଳାପ ସ୍ବାଭାବିକ ହେବା ପରେ ଭାରତର ୮ ପ୍ରତିଶତ ଭଳି ଉଚ୍ଚ ସ୍ତରର ଅଭିବୃଦ୍ଧି ହାସଲ କରିବ।publive-image

ଏଡିବିର ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସାୱାଡା କହିଛନ୍ତି ଯେ କରୋନା ମହାମାରୀ ମୁକାବିଲା ଲାଗି ଭାରତ ଲକ୍‌ଡାଉନ୍ ଘୋଷଣା କରିଥିଲା ଯାହା ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତର ଭାବେ ପ୍ରଭାବିତ କରିଛି। କରୋନାକୁ ରୋକିବା ଲାଗି ଟେଷ୍ଟିଂ, ଟ୍ରାକିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଏଡିବି ପରାମର୍ଶ ଦେଇଥିବା ବେଳେ ଅର୍ଥନୀତିରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କହିଛି। ଲକ୍‌ଡାଉନ୍ ପାଇଁ ଅନାଦେୟ ଋଣ ପରିମାଣ ବଢ଼ିବ ଓ ତାହା ଦେଶର ଆର୍ଥିକ କ୍ଷେତ୍ରକୁ ଆହୁରି ଦୁର୍ବଳ କରିଦେବ। ତେଣୁ ସେମାନେ ଅଭିବୃଦ୍ଧିକୁ ସହାୟତା ଦେବା ଭଳି ପାଣ୍ଠି ଯୋଗାଇପାରିବେ ନାହିଁ ବୋଲି ଏଡିବି କହିଛି। ସରକାରୀ ଓ ଘରୋଇ କ୍ଷେତ୍ରର ଋଣ ବଢ଼ିବା ପରେ ପ୍ରଯୁକ୍ତି ଓ ଭିତ୍ତିଭୂମିରେ ସେମାନଙ୍କ ନିବେଶ କ୍ଷମତା ହ୍ରାସ ପାଇବ ବୋଲି ଏହି ଆନ୍ତର୍ଜାତିକ ସଂସ୍ଥା ଆକଳନ କରିଛି। ଗ୍ରାମୀଣ ନିଯୁକ୍ତି ଗ୍ୟ‌ାରେଣ୍ଟି କାର୍ଯ୍ୟକ୍ରମ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ଭାରତ ସରକାର ଗରିବ ଲୋକମାନଙ୍କ ପାଇଁ ସହାୟତା ପ୍ରଦାନ କରିଛନ୍ତି। ମାତ୍ର ଦେଶରେ ଅନିଶ୍ଚିତତାର ସ୍ଥିତି ରହିଥିବାରୁ ବର୍ତମାନ ପରିସ୍ଥିତିରେ ନିବେଶକମାନେ ଭାରତରେ ପୁଞ୍ଜିନିବେଶ କରିବାକୁ କୁଣ୍ଠା ପ୍ରକାଶ କରିବେ ବୋଲି ଏଡିବି କହିଛନ୍ତି। ସରକାରଙ୍କ ରାଜସ୍ବ ଆୟ କମୁଥିବା ବେଳେ ବ୍ୟୟ ବଢ଼ୁଥିବାରୁ ୨୦୨୦-୨୧ରେ ବିତ୍ତୀୟ ନିଅଣ୍ଟ ସମ୍ପୂର୍ଣ୍ଣ ବେଲଗାମ ହୋଇପଡ଼ିବ ବୋଲି ଏହା ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe