ହଜାରେ କୋଟିର ମନି ଲଣ୍ଡରିଂ:ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ଗିରଫ କଲା ଇଡି

Advertisment
ହଜାରେ କୋଟିର ମନି ଲଣ୍ଡରିଂ:ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ହଜାରେ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଆଜି ଦୀନେଶ ଜାଜୋଡିଆ ନାମକ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ)ଙ୍କୁ ଗିରଫ କରିଛି। ଜିଓଡେସିକ୍‌ ଲିମିଟେଡ ନାମକ କମ୍ପାନି ବିରୋଧରେ ଏହି ମାମଲା ରହିଥିବା ବେଳେ ଦୁଇବର୍ଷ ଏହାର ତଦନ୍ତ ଚାଲିଥିଲା। ଉକ୍ତ ମାମଲାରେ ଶ୍ରୀ ଜାଜୋଡିଆଙ୍କ ପ୍ରମୁଖ ଭୂମିକା ରହିଥିବା ସନ୍ଦେହରେ ତାଙ୍କୁ ଇଡି ଜେରା କରୁଛି। ୨୦୧୬ ଜାନୁଆରିରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଜିଓଡେସିକ୍‌ର ୩ ଜଣ ନିର୍ଦେଶକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନାମରେ ଠକେଇ ମାମଲା ରୁଜୁ ହୋଇଥିଲା। ଏତଦ୍‌ବ୍ୟତୀତ ଦେଶ ବିଦେଶର ନିବେଶକମାନଙ୍କୁ ଠକିବା ଅଭିଯୋଗରେ ଇଡି ଉକ୍ତ କମ୍ପାନିର ୩ ନିର୍ଦେଶକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଗୁରୁବାର ଶ୍ରୀ ଜାଜୋଡିଆଙ୍କୁ ପଚରାଉଚୁରା ପାଇଁ ଇଡି ଡାକିଥିଲା। ଏହାପରେ ତାଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରି ୫ ଦିନ ପାଇଁ ରିମାଣ୍ଡରେ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe