ଜିଇଏମ୍‌କୁ ଶିଳ୍ପ ସଂଘଗୁଡ଼ିକର ବିରୋଧ, ହଜାରେ କ୍ଷୁଦ୍ର ଶିଳ୍ପରେ ତାଲା ଝୁଲିବ

Advertisment
୨୭ରେ ଭାରତ ବନ୍ଦକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ସମର୍ଥନ

The Economic Times

ଭୁବନେଶ୍ବର: ରାଜ୍ୟ ସରକାର ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ (ଡିଇପିଏମ) ଦ୍ବାରା ନିର୍ଦ୍ଧାରିତ ଦର ଅନୁଯାୟୀ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ଠାରୁ ବିଭିନ୍ନ ସାମଗ୍ରୀ କିଣିଥାନ୍ତି। କିନ୍ତୁ ଗତମାସରେ ଆସିଥିବା ଏକ ସର୍କୁଲାରରେ ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଅଣଦେଖା କରି ଜିଇଏମ୍‌ (ଗଭ‌ର୍ଣ୍ଣମେଣ୍ଟ ଇ-ମାର୍କେଟ‌ ପ୍ଲେସ) ମାଧ୍ୟମରେ ସାମଗ୍ରୀ କିଣିବାକୁ ଗୁରୁତ୍ବ ଦେଇଛନ୍ତି। ଜିଇଏମ୍‌ରେ ସର୍ବଭାରତୀୟ ସ୍ତରରେ ସାମଗ୍ରୀ କିଣାଯାଇଥାଏ। ଜିଇଏମ୍‌କୁ ସଂପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରିଲେ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବେ ବୋଲି ଶିଳ୍ପ ସଂଘ ଗୁଡ଼ିକ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ରାଜ୍ୟରେ ହଜାରେ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଯିବ।

ଏଥିଯୋଗୁଁ ୧ ଲକ୍ଷ କର୍ମଚାରୀ ବେକାର ହୋଇଯିବେ। ବ୍ୟବସ୍ଥାରେ‌ ସଂଶୋଧନ ନଆଣିଲେ ଶି‌ଳ୍ପୋଦ୍ୟୋଗୀମାନେ ଆମରଣ ଅନଶନରେ ବସିବେ ବୋଲି ଶିଳ୍ପ ସଂଘଗୁଡ଼ିକର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଏଠାରେ ଆାୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଇପିଏମ ରେଟ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ପୂର୍ବଭଳି କାର୍ଯ୍ୟକାରୀ କରିବାକୁ ସଂଘଗୁଡ଼ିକ ଦାବି କରିଛନ୍ତି। ରେଟ କଣ୍ଟ୍ରାକ୍ଟ ଜରିଆରେ ରାଜ୍ୟର ହଜାର ହଜାର କ୍ଷୁଦ୍ରଶିଳ୍ପ ଠାରୁ ସରକାରଙ୍କ ବିଭିନ୍ନ ବିଭାଗ ପ୍ରାୟ ୩୦୦ କୋଟି ଟଙ୍କାର ସାମଗ୍ରୀ କିଣିଥାନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଆଇଏର ଅଧ୍ୟକ୍ଷ ଅବନୀ କାନୁନଗୋ, ଓୱାଇଇଏର ସଭାପତି ମିହିର କାନୁନଗୋ, ଓସିଆ ସଭାପତି ସ୍ମରଜିତ ମହାନ୍ତି, ୟୁପିଏମଏ ସଭାପତି ଭାଗୀରଥି ନନ୍ଦ, ଓସ୍‌ମି ‌ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe