୩ ବୀମା କମ୍ପାନିଙ୍କୁ ମିଳିପାରେ ୫ ହଜାର କୋଟି

Advertisment
୩ ବୀମା କମ୍ପାନିଙ୍କୁ ମିଳିପାରେ ୫ ହଜାର କୋଟି

ନୂଆଦିଲ୍ଲୀ: ଦେଶର ୩ଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିକୁ ସରକାର ଚଳିତ ଆର୍ଥିକ ବର୍ଷରେ ୩୦୦୦ରୁ ୫୦୦୦ କୋଟି ଟଙ୍କାର ପୁଞ୍ଜି ପ୍ରଦାନ କରିପାରନ୍ତି। ସେମାନଙ୍କର ପ୍ରଦର୍ଶନ ଏବଂ ଆବଶ୍ୟକତା ଆଧାରରେ ଏହି ରାଶି ମିଳିବ। ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ, ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ଏବଂ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନିକୁ ଏହି ରାଶି ମିଳିପାରେ। ଗତ ଆର୍ଥିକ ବ‌େର୍ରେ ଏହି ତିନିଟି ସାଧାରଣ ବୀମା କମ୍ପାନିକୁ ସରକାର ୫୦୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେଇଥିଲେ।

ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ୯୯୫୦ କୋଟି ଟଙ୍କା ଏହି କମ୍ପାନିଗୁଡ଼ିକୁ ଦେଇଥିଲେ। ସେଥିରୁ ୩୬୦୫ କୋଟି ୟୁନାଇଟେଡ ଇଣ୍ଡିଆକୁ, ୩୧୭୫ କୋଟି ନ୍ୟାସନାଲ ଇନସ୍ୟୁରାନ୍ସକୁ ଏବଂ ୩୧୭୦ କୋଟି ଟଙ୍କା ଓରିଏଣ୍ଟାଲ ଇନସ୍ୟୁରାନ୍ସକୁ ଦେଇଥିଲେ। କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହି ରାଶି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe