ଲକ୍‌ଡାଉନ୍‌ ପରେ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

Advertisment
ଲକ୍‌ଡାଉନ୍‌ ପରେ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

Hindustatimes

ନୂଆଦିଲ୍ଲୀ: କରୋନା ଭାଇରସ୍‌  ସଂକ୍ରମଣ ହେତୁ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ କାରଣରୁ ପ୍ରାୟ ସବୁ ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ ସକ୍ରିୟ ହୋଇ ପଡ଼ିଛି ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଲକ୍‌ଡାଉନ୍‌ ହେବା ପରଠାରୁ ଅନ୍ୟ ସମସ୍ତ ଆପ୍‌ ଅପେକ୍ଷା ଲୋକେ ଟିକ୍‌ଟକ୍‌କୁ ସବୁଠାରୁ ଅଧିକା ଡାଉନ୍‌ଲୋଡ୍‌ କରିଛନ୍ତି। ଏପରିକି ଏହି ଆପ୍‌ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ ବି ପଛରେ ପକାଇ ଦେଇଛି।

ମୋଟାମୋଟି ଦେଖିବାକୁ ଗଲେ ଭାରତରେ ସୋସିଆଲ୍‌ ମିଡିଆ ଡାଉନ୍‌ଲୋଡିଂ ମାତ୍ରା ଲକ୍‌ଡାଉନ୍‌ ପରଠାରୁ ୨୦ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ଟିକ୍‌ଟକ୍‌ ଠାରୁ ଆଗରେ ରହୁଥିଲେ ହ୍ବାଟ୍‌ସଆପ୍‌ ଆଉ ଫେସ୍‌ବୁକ୍‌। ଗତ କିଛି ବର୍ଷ ମଧ୍ୟରେ ବ୍ୟବହାରକାରୀଙ୍କ ଭିତରେ ଟିକ୍‌ଟକ୍‌ର ନିଶା ଦେଖିବାକୁ ମିଳିଛି। ପୂର୍ବାପେକ୍ଷା ଏହି ଆପ୍‌ର ଚାହିଦା ବଢ଼ି ବଢ଼ି ଆସୁଥିଲେ ବି ଲକ୍‌ଡାଉନ୍‌ ପରେ ପରେ ଏହାର ଚାହିଦା ଢେର୍‌ ବେଶି ବଢ଼ିଯାଇଛି। ବିଶେଷ କରି ଭାରତରେ ହିଁ ଟିକ୍‌ଟକ୍‌ର ଚାହିଦା ବିଶେଷ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ନିକଟରେ ଏକ ସର୍ଭେରୁ ଜଣା ପଡ଼ିଥିଲା ଯେ ଲକ୍‌ଡାଉାନ୍‌ ହେତୁ ସୋସିଆଲ୍‌ ମିଡିଆ ସାଇଟ୍‌ଗୁଡ଼ିକ ପୂର୍ବାପେକ୍ଷା ବେଶି ପରିମାଣରେ ବ୍ୟବହାର କରାଯାଉଛି। ଅନ୍‌ଲାଇନ୍‌ରେ ଶିଶୁ ନିର୍ଯାତନାର ହାର ବୃଦ୍ଧି ପାଇଛି ବୋଲି ମଧ୍ୟ ସର୍ଭେରୁ ଜାଣିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe