ନୂଆ ନାମରେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ଟିକ୍‌ଟକ୍‌, କମ୍ପାନି ଖୋଜୁଛି ପାର୍ଟନର

ନୂଆ ନାମରେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ଟିକ୍‌ଟକ୍‌, କମ୍ପାନି ଖୋଜୁଛି ପାର୍ଟନର

ମୁମ୍ବାଇ: ସର୍ଟ ମ୍ୟୁଜିକାଲ୍‌ ଆପ୍‌ ଟିକ୍‌ଟକ୍‌ର ପ୍ୟାରେଣ୍ଟ୍‌ କମ୍ପାନି ବାଇଟ୍‌ଡ୍ୟାନ୍ସ ପୁଣି ଥରେ ଭାରତକୁ ପ୍ରବେଶ କରିବାର ସମ୍ଭାବନା ଦେଖାଦେଉଛି। ଏହି କାରଣରୁ ଅନୁମାନ ଲଗାଯାଉଛି କି ବାଇଟ୍‌ଡ୍ୟାନ୍ସର ପ୍ରବେଶ ପରେ ଦେଶକୁ ପୁଣିଥରେ ଟିକ୍‌ଟକ୍‌ ଫେରିପାରେ। ଆପଣଙ୍କୁ କହିଦେଉଛି ଯେ ଟିକ୍‌ଟକ୍‌ ଏବେ ଭାରତରେ ବ୍ୟାନ୍‌ ଅଛି।

ଦ ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ମୁତାବକ, ବାଇଟ୍‌ଡ୍ୟାନ୍ସ ଭାରତରେ ନିଜ ପାଇଁ ଏକ ଅଂଶିଦାର ଖୋଜୁଛି। ସେ ଏପରି ଏକ ଅଂଶୀଦାର ଖୋଜ୍‌ରେ ରହିଛି, ଯିଏକି କମ୍ପାନିକୁ ଭାରତରେ ରି-ଲଞ୍ଚ୍‌ କରାଇବାରେ ଓ ତା’ର ପୁରୁଣା କର୍ମଚାରୀଙ୍କୁ ଚାକିରି ପ୍ରଦାନ କରିବାରେ ସହଯୋଗ କରିପାରିବ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାରତ ସରକାର ୨୦୨୦ ମସିହାରେ ଦେଶରୁ ଟିକ୍‌ଟକ୍‌କୁ ବ୍ୟାନ୍‌ କରି ଦେଇଥିଲେ। ଫଳରେ ବାଇଟ୍‌ଡ୍ୟାନ୍ସ ଦେଶରୁ ବାହାରି ଯାଇଥିଲା। ଟିକ୍‌ଟକ୍‌ ଉପରେ ଅଭିଯୋଗ ରହିଥିଲା ସେ ଏହି ଆପ୍‌ ଚୀନକୁ ଭାରତର ଡାଟା ପ୍ରଦାନ କରୁଛି। ଏବେ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭାରତରେ ପୁଣି ଥରେ ଲଞ୍ଚ୍‌ କରିବାକୁ ବାଇଟ୍‌ଡ୍ୟାନ୍ସ ହୀରାନନ୍ଦିନୀ ଗ୍ରୁପ୍‌ ସହ କଥା ଚଳାଉଛି।

ଟିକ୍‌ଟକ୍‌ର ପ୍ୟାରେଣ୍ଟ୍‌ କମ୍ପାନି ବାଇଟ୍‌ଡ୍ୟାନ୍ସ ପୁଣି ଥରେ ଭାରତରେ ବେପାର କରିବାକୁ ପାର୍ଟନର ଖୋଜୁଥିବା ବେଳେ କଥା ଉଠୁଛି କି ଯଦି ଏପରି ଘରେ ତେବେ ପ୍ରାୟ ୨ ବର୍ଷ ପରେ ଦେଶରେ ପୁଣିଥରେ ଟିକ୍‌ଟକ୍‌ ଲଞ୍ଚ୍‌ ହେବ।

ଦ ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହାକୁ ନେଇ ଏବେ ଅଣଔପଚାରିକ କଥା ଚାଲିଛି। ମାତ୍ର କେନ୍ଦ୍ର ଏ ନେଇ ଅବଗତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe