Image Courtesy of India Today
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ କରିବାର ସମୟ ସୀମାରେ ସରକାର କୌଣସି ବୃଦ୍ଧି କରିବେ ନାହିଁ। ରାଜସ୍ବ ସଚିବ ତରୁଣ ବଜାଜ ଗତ ସପ୍ତାହରେ ଏହା ସ୍ପଷ୍ଟ କରିଛନ୍ତି। ତିନି ବର୍ଷ ପରେ ପ୍ରଥମ ଥର ପାଇଁ ଏଥର ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିବନି। ପୂର୍ବ ତିନି ବର୍ଷ କରୋନା ମହାମାରୀର ପ୍ରଭାବ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଏହି ଅବଧିକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା। ଆୟକର ନିୟମ ଅନୁସାରେ କୌଣସି ଏକ ନିର୍ଦିଷ୍ଟ ବର୍ଷର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ତାହାର ପରବର୍ତ୍ତୀ ବର୍ଷର ଜୁଲାଇ ୩୧। ଯେହେତୁ ଲୋକମାନେ ଦାଖଲ କରୁଥିବା ଆୟକର ରିଟର୍ଣ୍ଣରେ ହିସାବର କୌଣସି ଅଡିଟ୍ ଦରକାର ପଡ଼େ ନାହିଁ ତେଣୁ ତାହାକୁ ଜୁଲାଇ ୩୧ ସୁଦ୍ଧା ଦାଖଲ କରିବାକୁ ହେବ। ଏଥର ସରକାର ସ୍ପଷ୍ଟ କରିଛନ୍ତି ଯେ ରିଟର୍ଣ୍ଣ ଦାଖଲ ଅବଧି ବଢ଼ାଯିବ ନାହିଁ। ତାହା ପଛର କାରଣ ମଧ୍ୟ କୁହାଯାଇଛି। ଆୟକର ବିଭାଗର ୱେବସାଇଟ୍ ଅଧିକ ଲୋଡ୍ ନେବାକୁ ସକ୍ଷମ।
Follow Us