ପେଟ୍ରୋଲ, ଡିଜେଲ ଉପରେ ଜିଏସଟି ଲାଗୁ କରିବାର ସମୟ ଆସିନି : ସୀତାରମଣ

ବ୍ୟାଙ୍କ ସଂକଟ ନେଇ ସତର୍କ ହେଲେ ଭାରତ ସରକାର, ଜରୁରୀ ବୈଠକ ଡକାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ସମ୍ପର୍କରେ ଜିଏସଟି ପରିଷଦ ବୈଠକରେ କୌଣସି ସହମତି ହୋଇପାରିନାହିଁ । ତେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ବି ରାଜ୍ୟ ସରକାରମାନେ ଏହାକୁ ବିରୋଧ କରିଥିଲେ । ଫଳରେ ପ୍ରସ୍ତାବକୁ କାଟ୍ ଖାଇଯାଇଛି । ତେଲକୁ ଜିଏସଟି ଅଧିନକୁ ଆଣିବାର ସମୟ ଆସିନାହିଁ ବୋଲି ପରିଷଦ ବୈଠକରେ ମତ ପ୍ରକାଶ ପାଇଥିଲା । ପରିଷଦର ଏହି ନିଷ୍ପତ୍ତି ଫଳରେ ତେଲ ଦର କମିବାକୁ ଆଶା ବାନ୍ଧିଥିବା ସାଧାରଣ ଜନତା ନିରାଶ ହୋଇଛନ୍ତି ।

ଅନ୍ୟପକ୍ଷରେ ଆଜିର ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ କେତେକ ଜୀବନରକ୍ଷକ ଔଷଧ ଉପରୁ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦିଆଯାଇଛି  କିମ୍ବା ଛାଡ଼ କରାଯାଇଛି । ଏସବୁ ଔଷଧ ମଧ୍ୟରେ ରହିଛି ରେମଡେସଭିର (୫%) ଓ ଟୋସିଲିଜୁମାବ (୦%) । ସେହିପରି ବାୟୋ ଡିଜେଲ ଉପରେ ଜିଏସଟି ହାରକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ସବୁ ପ୍ରକାରର ପେନ ଓ ତାହାର ଉପକରଣ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ବିମାନ ଆମଦାନୀ କିମ୍ବା ଭଡ଼ାରେ ଆଣିବା ଉପର ଜିଏସଟି ଛାଡ଼ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe