ନୂଆଦିଲ୍ଲୀ : ଆଗାମୀ ପାର୍ବଣ ଋତୁ ଅବସରରେ ଟାଇଟନ ନେବୁଲା ପକ୍ଷରୁ ଆକର୍ଷଣୀୟ କୁନ୍ଦନ ଏବଂ ପୋଲ୍କୀ ୱାଚ୍ର ନଜାକତ୍ କଲେକସନ୍ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଯାହାକି କନ୍ୟାଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏଥିରେ ମିନାକାରୀ କଳାକୃତୀ ରହିଛି। ରାଜସ୍ଥାନ ଏବଂ ଗୁଜରାଟର ଜରକ୍ୱା, ଦୀପଶିଖା, ନାଶୱା, ଇରା, ଦୁରିୟା, ଖେକଓାନ୍, ଦାରା,ନାଶିତା ଏବଂ ନୁୟାଇରା ଆଦି ଦ୍ୱାରା ପ୍ରଭାବିତ ହୋଇ ଏହାକୁ ନିର୍ମାଣ କରାଯାଇଛି। ଏସବୁ ବିବାହ ଉତ୍ସବରେ କନ୍ୟାଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଅବସରରେ ଟାଇଟନ୍ ୱାଚ୍ ଏବଂ ଆସେସୋରିଜ୍ ମୁଖ୍ୟ ମାର୍କେଟିଙ୍ଗ ଅଧିକାରୀ ସୁପର୍ଣ୍ଣା ମିତ୍ର କହିଲେ, ଟାଇଟନ୍ ନେବୁଲାର ନଜାକତ୍ରେ ପୋଲକୀ ଏବଂ ମିନାକାରୀ କଳାକୃତୀ କରାଯାଇଛି। ଏହା କନ୍ୟାଙ୍କୁ ଆକର୍ଷିତ କରିବାରେ ସହାୟକ ହେବ। ଏହାର ମୂଲ୍ୟ ୨.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଜରକ୍ୱାରେ କ୍ଳାସିକ୍ ବ୍ରାସଲେଟ୍ ଷ୍ଟାଇଲ୍ ଡାଇମଣ୍ଡ ପୋଲକୀ ମହଜୁଦ୍ ରହିଛି। ଦୀପଶିଖା ପର୍ଲ ପଦ୍ମଫୁଲ ଆକୃତିରେ ୨୨କ୍ୟାରେଟ୍ ଗୋଲ୍ଡ ଦ୍ୱାରା ନିର୍ମିତ। ଏଥିରେ ସୁନ୍ଦର ମିନାକାରୀ କରାଯାଇଛି। ନଶୱା ଆକର୍ଷଣୀୟ ବ୍ରାସ୍ଲେଟ୍ ଜୀବନରେ ରୋମାନ୍ସ ଭରିବାକୁ ସକ୍ଷମ ହେବ। ଇରା କଶ୍ମୀର ୱିଣ୍ଟରକୁ ପରିପ୍ରକାଶ କରିଥାଏ। ଦୁରିଆ ରାଜକୀୟ ଠାଣି ଉପଲବ୍ଧ କରାଇବାକୁ ସକ୍ଷମ ହୋଇଥାଏ। କେହକାଶନ୍ ୨୨ କ୍ୟାରେଟ୍ ଗୋଲ୍ଡରେ ନିର୍ମିତ। ଏହାରର ନିର୍ମାଣଶୈଳୀ ବେଶ୍ ଆକର୍ଷଣୀୟ । ଦାରା ଭାରତୀୟ କାରିଗରୀରେ ନିର୍ମିତ। ଏହା ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ। ନାଶିତା ବ୍ରାସଲେଟ୍ରେ ସବୁଜ ରଙ୍ଗର ମିନା କଳାକୃତୀ ରହିଛି। ନୁୟାୱିରା ୨୨ କ୍ୟାରେଟ୍ ଗୋଲ୍ଡରେ ନିର୍ମିତ। ଏଥିରେ ପିଙ୍କ୍ ରଙ୍ଗର ମିନା କଳାକୃତୀ ରହିଛି। ଏହାର ବିକ୍ରି ୩୧ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ। ୧.୫ ଲକ୍ଷ ଟଙ୍କାରୁ କମ୍ କ୍ରୟ ଉପରେ ଗ୍ରାହକଙ୍କୁ ୧୦ ହଜାର ଟଙ୍କାର ପ୍ରମୋ କାର୍ଡ ଯୋଗାଇ ଦିଆଯିବ। ସେହିପରି ୧.୫ ଲକ୍ଷ ଟଙ୍କାରୁ ଅଧିକ କ୍ରୟ ଉପରେ ୨୦ ହଜାର ଟଙ୍କାର ପ୍ରମୋ କାର୍ଡ ଉପଲବ୍ଧ କରାଯିବ। ଏହା ୱାର୍ଲ୍ଡ ଅଫ୍ ଟାଇଟନ୍ ଷ୍ଟୋରରେ ଉପଲବ୍ଧ ହେବ। ନେବୁଲା ଟାଇଟନ୍ର ଗୋଲ୍ଡ ଜୁଏଲାରୀ ୱାଚ୍। ଏହାର ମୂଲ୍ୟ ୧୯,୦୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us